Latest Odisha News

ଦଳରୁ ବହିଷ୍କାର ହେଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର 

ଭୁବନେଶ୍ୱର: ଦଳରୁ ବହିଷ୍କାର ହେଲେ ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ସଭାପତି ନବୀନ ପଟ୍ଟନାୟକ।

ଏନେଇ ବିଜେଡି ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଯେଉଁଥିରେ ଲେଖାଯାଇଛି, “ଦଳ ବିରୋଧୀ ନୀତି ପାଇଁ ସାଂସଦ ସୂଜିତଙ୍କୁ ଦଳରୁ ବହିଷ୍କାର କରାଯାଇଛି। ତାଙ୍କ ଉପରେ ଦଳ ଓ କଳାହାଣ୍ଡି ଜିଲ୍ଲାବାସୀ ଆଶା ଓ ବିଶ୍ବାସ ରଖି ରାଜ୍ୟସଭା ପଠାଇଥିଲେ। କିନ୍ତୁ ସେ ଦଳର ସମ୍ମାନ ହାନି କରିଛନ୍ତି।”

ତେବେ ୨୦୨୦ରୁ ବିଜେଡି ସାଂସଦ ଭାବେ ସେ ରାଜ୍ୟସଭାକୁ ମନୋନୀତ ହୋଇଆସିଥିଲେ। ବର୍ତ୍ତମାନ ସେ ରାଜ୍ୟସଭାର ପିଟିସନ କମିଟିର ଚେୟାରମେନ ଅଛନ୍ତି।

ତେବେ କହିରଖୁଛୁ, ବିଜେଡିର ମୋଟ ୯ ଜଣ ସାଂସଦ ରାଜ୍ୟସଭାରେ ଥିବା ବେଳେ ଏହି ନିକଟ ଅତୀତରେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏହାପରେ ଆଜି ପୁଣି ଦଳ ଆଉ ଜଣେ ସାଂସଦଙ୍କୁ ବହିଷ୍କାର କରିବା ପରେ ରାଜ୍ୟସଭାର ବିଜେଡି ସାଂସଦଙ୍କ ସଂଖ୍ୟା ୭କୁ ଖସିଛି।

Comments are closed.