Latest Odisha News

BREAKING NEWS

କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ପ୍ରତିଶୃତି ପାଳନ କରିନାହାନ୍ତି କେନ୍ଦ୍ର ସରକାର: ବିଜେଡି

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ଦାବିରେ କେନ୍ଦ୍ର ସରକାରଙ୍କର ଟାଳଟୁଳ ନୀତିକୁ ଭତ୍ସନା କଲା ବିଜେଡି।

ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ସଞ୍ଜିତ ମହାନ୍ତି ଏଭଳି କହିଛନ୍ତି।

କେନ୍ଦୁପତ୍ର ଉପରେ ୧୮% ଜିଏସଟି ଲାଗୁ କରିବା ନିଷ୍ପତ୍ତିକୁ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ ପ୍ରଥମ ଦିନରୁ ବିରୋଧ କରିଆସୁଛନ୍ତି।

ରାଜ୍ୟର ପ୍ରାୟ ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳି, ଯାହା ମଧ୍ୟରୁ ନବେ ପ୍ରତିଶତ ମହିଳା ନିଜର ଜୀବନ ଜୀବିକା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି। କେନ୍ଦ୍ର ବଜେଟରେ ବିଭିନ୍ନ ଜିନିଷ ଉପରେ ଜିଏସ୍‌ଟି ଦର ହ୍ରାସ କରିଥିବା ବେଳେ କେନ୍ଦୁପତ୍ର ଉପରେ ୧୮% ଦର ଅପରିବର୍ତ୍ତିତ ରହିଛି।

ଉଲ୍ଲେଖଯୋଗ୍ୟ, ବିଜେପି ଏହାର ୨୦୧୯ ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିଲେ କେନ୍ଦୁପତ୍ର ଉପରୁ ଜିଏସଟିକୁ ସମ୍ପୂର୍ଣରୂପେ ଉଠାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ପ୍ରତିଶ୍ରୁତି ଦେଇ ଭୋଟ୍ ହାସଲ କରିବା ପରେ ପ୍ରତିଶ୍ରୁତି ପାଳନ ନ କରିବା ବିଜେପିର ପୁରୁଣା ଅଭ୍ୟାସ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ କରିବା ପାଇଁ ଚାରି ଥର ପତ୍ର ଲେଖି ରାଜ୍ୟ ସରକାରଙ୍କ ତରଫରୁ ଦାବି ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କାର୍ଯ୍ୟରତ ପ୍ରାୟ ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳିଙ୍କ ସାମାଜିକ ସୁରକ୍ଷା ପାଇଁ ନବୀନ ସରକାର ଅନେକ ପଦକ୍ଷେପ ନେଇଛନ୍ତି।

ରାଜ୍ୟର ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳ କେନ୍ଦୁପତ୍ର ଉପରୁ ୧୮% ଜିଏସଟିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଆମେ ଦାବି କରୁଛୁ । ସେପରି ରାଜ୍ୟର ବିଜେପି ସରକାର ମଧ୍ୟ ଏହି ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରନ୍ତୁ ।

ସୁନା ହୀରା ଭଳି ଦାମୀ ଜିନିଷ ଉପରେ ମାତ୍ର ତିନି ପ୍ରତିଶତ ଜିଏସଟି ରହିଥିବା ବେଳେ ବିମାନ ଯାତ୍ରା ଉପରେ ୫ ପ୍ରତିଶତ ଜିଏସଟି ରଖାଯାଇଛି, ଅପର ପକ୍ଷରେ କେନ୍ଦୁପତ୍ର ଉପରେ ୧୮% ଜିଏସଟି ରହିଛି ଯାହା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମିଡ଼ିଆ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।

 

Comments are closed.