Latest Odisha News

BREAKING NEWS

ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ : ଇପ୍ସିତା ସାହୁ

ଭୁବନେଶ୍ୱର : ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ବିଜେଡି ପ୍ରାର୍ଥୀ ଓ କର୍ମୀଙ୍କ ଉପରେ ଆକ୍ରମଣ । ଏହି ଘଟଣାକୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।ବିଜେପି କର୍ମୀଙ୍କ ଦାଦାଗିରିକୁ ସେ କଡା ଭାଷାରେ ନିନ୍ଦା କରିଛନ୍ତି ।୩୨ ଓ ୩୩ନମ୍ବର ୱାର୍ଡରେ ବିଜେପି କର୍ମୀମାନେ ବିଜେଡି ପ୍ରାର୍ଥୀମାନଙ୍କୁ ଆକ୍ରମଣ କରିଛନ୍ତି ବୋଲି ଇପ୍ସିତା କହିଛନ୍ତି । ଓଡିଶା ପରି ଶାନ୍ତି ପ୍ରିୟ ରାଜ୍ୟରେ ହିଂସାର ସ୍ଥାନ ନାହିିଁ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।

ନିର୍ବାଚନ ଜିତିବା ପାଇଁ ବିଜେପି ନେତାମାନେ ଯେଉଁଭଳି ହିଂସାକାଣ୍ଡ କରୁଛନ୍ତି । ତାର ପ୍ରତିବଦଳରେ ଓଡିଶା ବାସୀ ତାଙ୍କର ନିର୍ବାଚନ ସମୟରେ ଭୋଟ ଦାନ ଦ୍ୱାରା ମତାମତ ଦେଉଛନ୍ତି । ତା ମତାମତ ବିଗତ ଦିନରେ ଦେଇଥିଲେ । ଆଗାମୀ ନିର୍ବାଚନରେ ମଧ୍ୟ ଦେବେ  ବୋଲି ଇପ୍ସିତା ସାହୁ କହିଛନ୍ତି ।

Comments are closed.