Latest Odisha News

ପୌର ନିର୍ବାଚନ : କଂଗ୍ରେସ ମେୟର ପ୍ରାର୍ଥୀନୀ ମଧୁସ୍ମିତାଙ୍କ ଜୋରଦାର ପ୍ରଚାର

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଚାଲିଛି ଜୋରଦାର କ୍ୟାମ୍ପେନ୍ ।ଭୁବନେଶ୍ୱର ମହାନଗର ନିଗମର କଂଗ୍ରେସ ମେୟର ପ୍ରାର୍ଥୀନୀ ମଧୁସ୍ମିତା ଆଚାର୍ଯ୍ୟ ଭୁବନଶ୍ୱରର ୟୁନିଟ ୨ ମାର୍କେଟ ଵିଲଡିଂ ,ହାଟ ବଜାର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ଆଜି ମଧୁସ୍ମିତାଙ୍କୁ ମେଫେୟାର ନିକଟସ୍ଥ ମୁଣ୍ଡା ସାହିରେ ଦେଖିବାକୁ ମିଳିଥିଲା ।

BjdElectrycity

 

ମେୟର ପ୍ରାର୍ଥୀନୀ ମଧୁସ୍ମିତା ସ୍ଥାନୀୟ କର୍ପୋରେଟର ଓ କର୍ମକର୍ତ୍ତାଙ୍କ ସହ ମିଶି ଭୋଟ ଭିକ୍ଷା କରିଥିଲେ । ଲୋକମାନଙ୍କୁ ନିଜ ସପକ୍ଷରେ କରିବା ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧୁସ୍ମିତା ।

ନିର୍ବାଚନକୁ କିଛି ଦିନ ବାକି ଥିବାବେଳେ ରାଜଧାନୀରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ବିଜେଡି ଓ ବିଜେପି ମେୟର ପ୍ରାର୍ଥୀନୀ ଭୋଟରଙ୍କୁ ମନାଇବାରେ ଲାଗିପଡିଛନ୍ତି ।ହେଲେ ଜନମତ କାହା ସପକ୍ଷରେ ଯିବ ତାହା ଫଳାଳଫ ବାହାରିବା ପରେ ହିଁ ଜଣାପଡିବ ।

Comments are closed, but trackbacks and pingbacks are open.