Latest Odisha News

BREAKING NEWS

ନକଲି ଔଷଧ ବିକ୍ରି ଅଭିଯୋଗରେ ଜଣେ ଗିରଫ

ବରଗଡ଼: ନକଲି ଔଷଧ ବିକ୍ରି ଅଭିଯୋଗରେ ବରଗଡରେ ଏକ ଔଷଧ ଦୋକାନର ମାଲିକଙ୍କୁ ଗିରଫ କରିଛି ପୋଲିସ। ମଙ୍ଗଳବାର ଏ ନେଇ ଟାଉନ୍ ଥାନାରେ ଅଶୋକ ମେଡିକାଲ୍ ହଲର ମାଲିକ ସୁନୀଲ ଅଗ୍ରଓ୍ୱାଲଙ୍କ ନାଁରେ  ଏକ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏହି ଏଫଆଇଆରରେ ବାରଣାସୀର 3 ଜଣ ଡ୍ରଗ୍ସ ଯୋଗାଣକାରୀଙ୍କ ନାଁ ମଧ୍ୟ ରହିଛି। ଏମାନଙ୍କ ବିରୋଧରେ ରାଜ୍ୟରେ ନକଲି ଔଷଧ ବିକ୍ରି, ଯୋଗାଣ ଓ ବଣ୍ଟନ ଅଭିଯୋଗ ରହିଛି।

ସୁନୀଲଙ୍କୁ ଆଇପିସିର ଧାରା 274, 275, 276, 420, 467, 468, 471,120ବି, 336, 483, 486 ଓ 34ରେ ଗିରଫ କରାଯାଇଛି। ଉତ୍ତର ପ୍ରଦେଶ ବାରଣାସୀର ବେବି ଏଣ୍ଟରପ୍ରାଇଜେସ୍, ଜେପି ମେଡିକାଲ୍ସ ଏବଂ ଗୁରୁ କୃପା ମେଡିକାଲ ଏହି ଔଷଧ ଯୋଗାଣକାରୀ ସଂସ୍ଥା। ଯେଉଁଠୁ ବରଗଡର ସୁନୀଲଙ୍କୁ ନକଲି ଔଷଧ ଆସୁଥିଲା। ବୁଧବାର ବାରଣାସୀର ଦୁଇଟି ଯୋଗାଣକାରୀ ସଂସ୍ଥା ସହିତ ଅମିତ ମେଡିକାଲ ଏଜେନ୍ସିର ମାଲିକ ଅମିତ କୁମାର ସରଓ୍ୱଗିଙ୍କ ବିରୋଧରେ ଆଉ ଏକ ଏଫ୍ଆଇଆର୍ ଦାଏର କରାଯାଇଛି।

ଝାରସୁଗୁଡ଼ାର ଅମିତ କୁମାର ସରଓ୍ୱଗି ଫେରାର ଥିବା ଜଣାପଡ଼ିବା ପରେ ତାଙ୍କ ଭାଇ ଅଜୟ କୁମାର ସରଓ୍ୱଗିଙ୍କୁ ପୁଲିସ ହେପାଜତକୁ ନେଇଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ କଟକରୁ ନକଲି ଔଷଧ ରାକେଟ ଧରାପଡିଥିଲା। ଡ୍ରଗ୍ସ ଇନସପେକ୍ଟରଙ୍କ ସହ ପୋଲିସର ଏକ ମିଳିତ ଟିମ୍ ନକଲି ଔଷଧ କାରବାର ସାମ୍ନାକୁ ଆଣିଥିଲା। ଏହାପରେ ବିଭିନ୍ନ ସହରରେ ନକଲି ଔଷଧ ଧରପଗଡ ଚାଲିଛି। ଏହାପରେ କିନ୍ତୁ ବ୍ୟବସାୟୀ ନକଲି ଔଷଧ ବିକ୍ରି କରି ମୁନାଫା ଉଦ୍ଦେଶ୍ୟ ରହୁଥିବା ଦେଖିବାକୁ ମିଳିଛି।

 

 

Leave A Reply

Your email address will not be published.