Latest Odisha News

BREAKING NEWS

କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ : କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ଜେନାକୁ ଗିରଫ କରିଛି କନ୍ଦରପୁର ପୋଲିସ । ବାକି ଟଙ୍କା ମାଗିବାରୁ ସୁଦର୍ଶନ ଶତପଥୀଙ୍କୁ ଅଭୀଯୁକ୍ତ ଅର୍ଜୁନ ହତ୍ୟା କରିଥିବା କହିଛି ପୋଲିସ ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟାରେ କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ହତ୍ୟା କରିଥିଲା ଅର୍ଜୁନ । ଅଭିଯୁକ୍ତ ଅର୍ଜୁନର ସ୍ଥାନୀୟ ଅଞ୍ଚଳରେ ଏକ ପାନ ଦୋକାନ ଥିବା ବେଳେ, ସୁଦର୍ଶନ ଶତପଥୀଙ୍କ ଠାରୁ ୫ ହଜାର ଟଙ୍କା ଧାର ନେଇଥିଲା । ଦୁଇ ହଜାର ଟଙ୍କା ଫେରାଇ ଥିବା ବେଳେ, ଆଉ ୩ ହଜାର ଟଙ୍କା ମାଗିଥିଲେ ସୁଦର୍ଶନ । ହେଲେ ଏଥିରେ ଉତକ୍ଷିପ୍ତ ହୋଇ ଅର୍ଜୁନ ଏକ କଟୁରୀରେ ସୁଦର୍ଶନଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ସୁଦର୍ଶନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ଥାନା ଅଧିକାରୀ ବିପିନ ବିହାରୀ ହୋତା ଏବଂ ତାଙ୍କ ଟିମ୍ ଅଭିଯୁକ୍ତ ଅର୍ଜୁନକୁ ସ୍ଥାନୀୟ ଅଞ୍ଚଳରୁ ଧରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତ ଠାରୁ ଏକ କଟୁରୀ ଜବତ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।

Leave A Reply

Your email address will not be published.