Latest Odisha News

BREAKING NEWS

ଜୁଲାଇ ୧୩ ଓ ୧୯ରେ ଲଘୁଚାପ: ପ୍ରବଳ ବର୍ଷା ହେବା ଆଶଙ୍କା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପକୂଳରେ ଲଘୁଚାପ ଘନୀଭୂତ ହେବା ଫଳରେ ଆସନ୍ତା ଜୁଲାଇ ୧୩ ତାରିଖରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଏକ ସପ୍ତାହ ମଧ୍ୟରେ ଆଉ ଏକ ଲଘୁଚାପ ମଧ୍ୟ ଘନୀଭୂତ ହେବାର ସମ୍ଭାବନା ରହିଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ।

ଲଘୁଚାପ ଘନୀଭୂତ ହେବା ଫଳରେ ଶନିବାର ଠାରୁ ଜୁଲାଇ୧୮ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଉପକୂଳରେ ଚାପ ୧୦୦୦ ଏଚ୍ପିଏଠାରୁ କମ୍ ଥିବାରୁ ଏହା ଲଘୁଚାପ ସୃଷ୍ଟି କରାଇପାରେ । ଏହି ପରିସ୍ଥିତି ଜୁଲାଇ ୧୮ ତାରିଖ ଯାଏ ଜାରୀ ରହିବ ତେବେ ବର୍ଷାର ପରିମାଣ ସେତେ ମାତ୍ରାରେ ରହିବ ନାହିଁ ବୋଲି ଡ. ସାହୁ କହିଛନ୍ତି ।

ସେହିପରି ଜୁଲାଇ ୧୯ ତାରିଖରେ ଉତର-ପଶ୍ଚିମ ବଙ୍ଗୋପସାଗରରେ ଅନ୍ୟ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତର ଓଡ଼ିଶାରେ ଅନେକ ସ୍ଥାନରେ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷଣ ଓଡ଼ିଶାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.