ଭୁବନେଶ୍ବର: ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜେଡି ସମର୍ଥନ କରିବ । ଏନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହେବା ପରେ ବିଜେଡି ସମର୍ଥନ କରିବା କଥା କହିଛି । ଏନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଟୁଇଟ୍ କରିଛନ୍ତି ।
After Hon’ble PM @narendramodi spoke to HCM @Naveen_Odisha seeking support for Vice Presidential candidate Shri Jagdeep Dhankhar, BJD has decided to support Shri Dhankhar and will attend the nomination filing on July 19. pic.twitter.com/LagOY2YYb1
— Manas Mangaraj (@manasrmangaraj) July 17, 2022
ଏପରିକି ଆସନ୍ତା ୧୯ ତାରିଖରେ ଜଗଦୀପ ଧନଖଡ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ବିଜେଡି ସାଂସଦମାନେ ଉପସ୍ଥିତ ରହିବେ। ପୂର୍ବରୁ ବିଜେଡି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଥିଲା । ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବାପାଇଁ ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ଅନୁରୋଧ କରିଥିଲେ । ଦ୍ରାୈପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ମଧ୍ୟ ବିଜେଡିର ପ୍ରତିନିଧି ଉପସ୍ଥିତ ଥିଲେ ।
Comments are closed.