Latest Odisha News

BREAKING NEWS

ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ବର:  ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜେଡି ସମର୍ଥନ କରିବ । ଏନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହେବା ପରେ ବିଜେଡି ସମର୍ଥନ କରିବା କଥା କହିଛି । ଏନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଟୁଇଟ୍ କରିଛନ୍ତି ।

ଏପରିକି ଆସନ୍ତା ୧୯ ତାରିଖରେ ଜଗଦୀପ ଧନଖଡ  ନାମାଙ୍କନ ପତ୍ର ଦାଖଲ କରିବା  ସମୟରେ ବିଜେଡି ସାଂସଦମାନେ ଉପସ୍ଥିତ ରହିବେ। ପୂର୍ବରୁ ବିଜେଡି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଥିଲା । ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବାପାଇଁ ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ଅନୁରୋଧ କରିଥିଲେ । ଦ୍ରାୈପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ମଧ୍ୟ ବିଜେଡିର ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.