Latest Odisha News

BREAKING NEWS

ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ବିଜେଡ଼ିର ସମର୍ଥନ

ନୂଆଦିଲ୍ଲୀ: ସଂସଦରେ ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରି ଏହି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟାର ରାଜ୍ୟର ମାନ୍ୟତା ଦେବା ପ୍ରସଙ୍ଗକୁ ବିଜୁ ଜନତା ଦଳ (ବିଜେଡ଼ି) ସମର୍ଥନ କରିଛି ।

ଏହି ପ୍ରସ୍ତାବକୁ ସମର୍ଥନ କରି ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଏବେ ଜମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଭାରତର ଅଂଶ ହୋଇଯାଇଛି” ।

“ଆମେ ଏକ ଆଞ୍ଚଳିକ ଦଳ, ମାତ୍ର ଭାରତ ମାତାର ଅଖଣ୍ଡତା ଏବଂ ଏକତାକୁ ଆମେ ସର୍ବ ପ୍ରଥମେ ଅଗ୍ରାଧିକାର ଦେଇଥାଉ । ଆମେ ସେହିଦିନ ଅଧିକମାତ୍ରାରେ ଆନନ୍ଦିତ ହେବୁ ଯେଉଁଦିନ ପାକ୍ ଅଧିକୃତ କାଶ୍ମୀର (ପିଓକେ) କାଶ୍ମୀରର ଏକ ଅଂଶ ହୋଇଯିବ” ।

ସୋମବାର ଦିନ ପାର୍ଲାମେଣ୍ଟରେ ବିଜେଡ଼ି ସମେତ ବିଏସପି ଏବଂ ଏଆଇଏଡ଼ିଏମକେ ଦଳ ଗୁଡ଼ିକ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।

ପିଡ଼ିପି ରାଜ୍ୟସଭା ସଦସ୍ୟ ମୀର୍ ଫୟାଜ୍ ଏବଂ ନାଜୀର୍ ଅହମ୍ମଦ ଲାୱା ରାଜ୍ୟସଭାରେ ଭାରତୀୟ ସମ୍ବିଧାନ କାଗଜକୁ ଚିରିଦେବାକୁ ଯେଉଁ ଚେଷ୍ଟା କରିଥିଲେ ତାହାକୁ ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତୀବ୍ର ନିନ୍ଦା କରିଛନ୍ତି ।

Leave A Reply

Your email address will not be published.