Latest Odisha News

BREAKING NEWS

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ରେଳ ସେବା ବାଧାପ୍ରାପ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁଁ ମୁମ୍ବାଇ ରେଳ ମଣ୍ଡଳରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ସହିତ କେତେକ ସ୍ଥାନରେ ମାଟି ଅତଡ଼ା ଖସୁଛି। ଫଳରେ ରେଳ ଚଳାଚଳ ଏକପ୍ରକାର ପ୍ରଭାବିତ ହୋଇଛି I

ଏଥିପାଇଁ ପୂର୍ବତଟ ରେଳପଥକୁ ଆସିବାକୁ ଥିବା ଏବଂ ଏହାର ପରିସୀମାରୁ ମୁମ୍ବାଇ ଦିଗକୁ ଯାତ୍ରା କରିବାକୁ ଥିବା କେତେକ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନର ଦିଗ ପରିବର୍ତ୍ତନ ଓ କେତେକକୁ ଆଂଶିକ ବାତିଲ କରାଯାଇଅଛିI

ପୂର୍ବତଟ ରେଳପଥରୁ ବାତିଲ ହୋଇଥିବା ଟ୍ରେନ :

(୦୧. ତା ୦୫.୦୮.୨୦୧୯) ଦିନ ଭୁବନେଶ୍ୱର ରୁ ଛାଡିବାକୁ ଥିବା ୧୨୮୮୦ ଭୁବନେଶ୍ୱର-ମୁମ୍ବାଇ ଏଲ.ଟି.ଟି. ଏକ୍ସପ୍ରେସ I

(୦୨. ତା ୦୫.୦୮.୨୦୧୯) ଦିନ ବିଶାଖାପାଟଣା ରୁ ଛାଡିବାକୁ ଥିବା ୧୮୫୧୯ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି. ଏକ୍ସପ୍ରେସI

(୦୩. ତା ୦୫.୦୮.୨୦୧୯) ଦିନ ଭୁବନେଶ୍ୱର ରୁ ଛାଡିବାକୁ ଥିବା ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ ସି.ଏସ.ଏମ.ଟି. କୋଣାର୍କ ଏକ୍ସପ୍ରେସ I

(୦୪. ତା ୦୬.୦୮.୨୦୧୯) ଦିନ ପୁରୀରୁ ଛାଡିବାକୁ ଥିବା ୧୨୧୪୬ ପୁରୀ-ମୁମ୍ବାଇ ଏଲ.ଟି.ଟି. ଏକ୍ସପ୍ରେସ I

(୦୫. ତା ୦୬.୦୮.୨୦୧୯) ଦିନ ପୁରୀ ରୁ ଛାଡିବାକୁ ଥିବା 22866 ପୁରୀ-ମୁମ୍ବାଇ ଏଲ.ଟି.ଟି. ଏକ୍ସପ୍ରେସ I

ମୁମ୍ବାଇରୁ ବାତିଲ ହୋଇଥିବା ଟ୍ରେନ:

(୦୧. ତା ୦୬.୦୮.୨୦୧୯) ରିଖ ଦିନ ମୁମ୍ବାଇ ରୁ ଛାଡିବାକୁ ଥିବା ୨୨୮୪୮ ମୁମ୍ବାଇ ଏଲ.ଟି.ଟି.-ବିଶାଖାପାଟଣା ଏକ୍ସପ୍ରେସI

(୦୨. ତା ୦୭.୦୮.୨୦୧୯) ରିଖ ଦିନ ମୁମ୍ବାଇ ରୁ ଛାଡିବାକୁ ଥିବା ୧୨୮୭୯ ମୁମ୍ବାଇ ଏଲ.ଟି.ଟି.-ଭୁବନେଶ୍ୱର ଏକ୍ସପ୍ରେସ I

(୦୩. ତା ୦୮.୦୮.୨୦୧୯) ରିଖ ଦିନ ମୁମ୍ବାଇ ରୁ ଛାଡିବାକୁ ଥିବା ୨୨୮୬୫ ମୁମ୍ବାଇ ଏଲ.ଟି.ଟି.-ପୁରୀ ଏକ୍ସପ୍ରେସ I

ମାର୍ଗ ପରିବର୍ତ୍ତିତ ହୋଇଥିବା ଟ୍ରେନ :

(୦୧. ତା ୦୪.୦୮.୨୦୧୯) ରିଖରେ ଅହମଦାବାଦ ରୁ ଛାଡିଥିବା ୧୨୮୪୪ ଅହମଦାବାଦ-ପୁରୀ ଏକ୍ସପ୍ରେସ ବରୋଦା-ଗୋଧ୍ରା-ରତଳମ-ଭୋପାଳ ମାର୍ଗହୋଇ ଚଳାଚଳ କରୁଛି I

(୦୨. ତା ୦୪.୦୮.୨୦୧୯) ରିଖରେ ଗାନ୍ଧିଧାମରୁ ଛାଡିଥିବା ୧୮୫୦୨ ଗାନ୍ଧିଧାମ-ବିଶାଖାପାଟଣା ଏକ୍ସପ୍ରେସ ବରୋଦା-ଗୋଧ୍ରା-ରତଳମ-ଭୋପାଳ-ଇଟାରସି-ନାଗପୁର-ବାଲହରସା ମାର୍ଗହୋଇ ଚଳାଚଳ କରୁଛି I

(୦୩. ତା ୦୫.୦୮.୨୦୧୯) ରିଖରେ ମୁମ୍ବାଇରୁ ଛାଡିବାକୁ ଥିବା ୧୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ କଲ୍ୟାଣ-ଇଗତପୁରୀ-ମନମଡ଼-ଔରାଙ୍ଗIବାଦ-ନାନ୍ଦେଡ଼-ସିକନ୍ଦରାବାଦ ମାର୍ଗଦେଇ ଚଳାଚଳ କରିବ I

ଆଂଶିକ ବାତିଲ ହୋଇଥିବା ଟ୍ରେନ :

(୦୧. ତା ୦୩.୦୮.୨୦୧୯) ରିଖରେ ଭୁବନେଶ୍ୱର ରୁ ଛାଡିଥିବା ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ପୁନେ ପର୍ଯ୍ୟନ୍ତ ଚଳାଚଳ କରିବ ଓ ପୁନେ ରୁ ମୁମ୍ବାଇ ମଧ୍ୟରେ ବାତିଲ ରହିବ I

(୦୨. ତା ୦୩.୦୮.୨୦୧୯) ରିଖରେ ବିଶାଖାପାଟଣାରୁ ଛାଡିଥିବା ୧୮୫୧୯ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି ଏକ୍ସପ୍ରେସ ପୁନେ ପର୍ଯ୍ୟନ୍ତ ଚଳାଚଳ କରିବ ଓ ପୁନେ ରୁ ମୁମ୍ବାଇ ମଧ୍ୟରେ ବାତିଲ ରହିବ I

(୦୩. ତା ୦୪.୦୮.୨୦୧୯) ରିଖରେ ବିଶାଖାପାଟଣାରୁ ଛାଡିଥିବା ୨୨୮୪୭ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି ଏକ୍ସପ୍ରେସ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥରେ କୌଣସି ସ୍ଥାନରୁ ମୁମ୍ବାଇ ମଧ୍ୟରେ ବାତିଲ ରହିବ I

(୦୪. ତା ୦୫.୦୮.୨୦୧୯) ରିଖରେ ଏଲ.ଟି.ଟି.ରୁ ଛାଡିବାକୁ ଥିବା ୧୮୫୨୦ ମୁମ୍ବାଇ ଏଲ.ଟି.ଟି-ବିଶାଖାପାଟଣା ଏକ୍ସପ୍ରେସ ଏଲ.ଟି.ଟି ପରିବର୍ତ୍ତେ ପୁନେ ଠାରୁ ବିଶାଖାପାଟଣା ଯାତ୍ରା କରିବ I

(୦୫. ତା ୦୪.୦୮.୨୦୧୯) ରିଖରେ ମୁମ୍ବାଇରୁ ଛାଡିବାକୁ ଥିବା ୧୧୦୨୦ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ମୁମ୍ବାଇ ପରିବର୍ତ୍ତେ ପୁନେ ଠାରୁ ଭୁବନେଶ୍ୱରକୁ ଯାତ୍ରା କରୁଛି I

Leave A Reply

Your email address will not be published.