Latest Odisha News

ବାଲେଶ୍ୱର, ବାରିପଦାକୁ ନେଇ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର କରାଯିବ: ପାଣ୍ଡିଆନ

ବାଲେଶ୍ଵର: ଆପଣଙ୍କ ବିଜେପି ଏମ୍‍.ପି. ଆପଣଙ୍କ ପାଇଁ କଣ କରିଛନ୍ତି ବୋଲି ବାଲେଶ୍ଵର ଜନସଭାରେ ବାଲେଶ୍ୱରବାସୀଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ୱରରେ ବିଜେପି ନେତା ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜନସଭାକୁ ସମ୍ବୋଧିତ କରି ବିଜେପି ବରିଷ୍ଠ ନେତା ଭିକେ ପାଣ୍ଡିଆନ କହିଛନ୍ତି ଯେ, ନୂଆ ଓଡ଼ିଶା ଗଠନରେ ବାଲେଶ୍ୱରର ବହୁତ ବଡ଼ ଅବଦାନ ରହିବ । ଆମ ଘୋଷଣାପତ୍ର ଅନୁଯାୟୀ ବାଲେଶ୍ୱର, ବାରିପଦାକୁ ନେଇ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର କରାଯିବ । ବହୁତ ବଡ଼ ବଡ଼ ଇଣ୍ଡଷ୍ଟ୍ରି ଆସିବ, ନିଯୁକ୍ତି ସୃଷ୍ଟି ହେବ, ରୋଜଗାର ବଢ଼ିବ ବୋଲି କହିଛନ୍ତି ପାଣ୍ଡିଆନ । ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା କହୁଛି, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏ ସବୁ ଶୁଣି ବିରୋଧିଙ୍କ ନିଦ ହଜିଗଲାଣି ।

ସେହିପରି ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜନୀତିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଅନେକ ରାଜନୈତିକ ଦଳ ସ୍ଥାନ ସଂରକ୍ଷଣ କଥା କହିଥିଲେ । କିନ୍ତୁ ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଏହାକୁ କାମରେ କରି ଦେଖାଇଲା । ବାଲେଶ୍ୱରେ ୩୩ ନୁହେଁ, ୫୦ ପ୍ରତିଶତ ସ୍ଥାନରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ହିଁ ସୁଯୋଗ ଦେଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ ଚିର ଋଣୀ । ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣର ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି କହିଛନ୍ତି ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ।

Leave A Reply

Your email address will not be published.