Latest Odisha News

ସ୍ଵାସ୍ଥ୍ୟପାଇଁ ବରଦାନ ଲିଚୁ, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ବିଶେଷକରି ଏହାକୁ ଗଛରୁ ତୋଳି ତାଜା ତାଜା ଖାଇବା ଅନେକଙ୍କର ପସନ୍ଦ ହୋଇଥାଏ । ଏପରି ଭାବେ ଲିଚୁକୋଳିକୁ ଖାଇବାର ମଜା ଅଲଗା ରହିଥାଏ । କେବଳ ଯେ ଏହି ଫଳକୁ ତାଜା ଖାଆନ୍ତି ତାହା ନୁହେଁ । କେହି କେହି ଏହାକୁ ଆଇସକ୍ରିମ ତିଆରିରେ ବ୍ୟବହାର କରିଥାନ୍ତି । ଏହାସହ ଏଥିରୁ ଜୁସ୍‌, ଓ୍ଵାଇନ ଓ ଜେଲି ପ୍ରସ୍ତୁତ କରାଯାଇଥାଏ । ଲିଚିରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ ଓ ଭିଟାମିନ ରହିଥାଏ । ଯାହା ସ୍ୱାସ୍ଥ୍ୟପାଇଁ ଭଲ ହୋଇଥାଏ । ଲିଚୁରେ ମୁଖ୍ୟତଃ କାର୍ବୋହାଇଡ୍ରେଟ ଓ ଜଳ ରହିଥାଏ । ଏହାସହ ଏଥିରେ ବହୁ ପରିମାଣର କପର, ପୋଟାସିୟମ ଓ ଭିଟାମିନ – ସି ରହିଥାଏ । ତେବେ ଆସନ୍ତୁ ଜାଣିବା ଲିଚୁକୋଳିର ଲାଭ ବିଷୟରେ ।

ଲିଚୁରେ ଭିଟାମିନ୍ ସି  ଭରପୂର ମାତ୍ରାରେ ରହିଛି। ଯାହା ଏହାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ।  ଭିଟାମିନ୍ ସି  ବିଭିନ୍ନ ସଂକ୍ରମଣ ରୋଗକୁ ରକ୍ଷା କରିଥାଏ। ଏହା ବ୍ୟତୀତ ଲିଚୁରେ ଭିଟାମିନ୍ ବି୬ ଥାଏ। ଯାହା କର୍କଟ ରୋଗ ହେବାର ଆଶଙ୍କାକୁ କମ୍ କରିଥାଏ । ଲିଚୁ ଡାଏଟାରୀ ଫାଇବରର ଏକ ଉତ୍ତମ ଉତ୍ସ ।  ନିୟମିତ ଲିଚୁ ଖାଇବା ଦ୍ୱାରା ଅନ୍ତନଳୀ ଗତିବିଧିକୁ ପ୍ରୋତ୍ସାହିତ କରିବାରେ ସାହାର୍ଯ୍ୟ କରେ।  କୋଷ୍ଠକାଠିନ୍ୟକୁ ଭଳି ରୋଗର ଆଶଙ୍କକୁ କମ୍ କରେ। ଏବଂ ହଜମ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ।

ଲିଚୁରେ ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପଲିଫେନୋଲ୍ ପରି ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ଚର୍ମ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ। ଲିଚୁ ନିୟମିତ ଖାଇବା ତ୍ୱଚାରେ ଚମକ ଆସେ। ଲିଚୁ ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ। ଏହା କମ୍ କ୍ୟାଲୋରୀ ଯୁକ୍ତ ଫଳ ଅଟେ।ଏହାକୁ ନିଜ ଡାଏଟରେ ସାମିଲ୍ କରିବା ଦ୍ବାରା ଓଜନ ନିୟନ୍ତ୍ରଣରେ ରୁହେ।

 

 

Leave A Reply

Your email address will not be published.