Latest Odisha News

BREAKING NEWS

ବାଲେଶ୍ୱରରେ ବିଜେପୁର ଫଣ୍ଡା: ନବୀନ କହିଲେ, ମୁଁ ନେବି ବାଲେଶ୍ୱରର ଦାୟିତ୍ୱ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପଡିବ ଉପନିର୍ବାଚନ ଭୋଟ । ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ବାଲେଶ୍ୱରର ସଦର ପାଇଁ କରିଛନ୍ତି ଡିଜିଟାଲ ପ୍ରଚାର । ୨୩ ବର୍ଷରେ ପ୍ରଥମଥର ପାଇଁ ନବୀନ ଏଭଳି ଭର୍ଚୁଆଲ ରାଲି କରିଛନ୍ତି । ନବନୀ ବାଲେଶ୍ୱର ବାସୀଙ୍କୁ ସମ୍ବୋଧନ କରି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭୋଟ ମାଗିଛନ୍ତି । ବାଲେଶ୍ୱରରେ ବିଜେପୁରର ଫଣ୍ଡା ଆପଣାଇଛନ୍ତି ନବୀନ। ବିଜେପୁର ଭଳି ବିକାଶର ନାରା ଦେଇ ବାଲେଶ୍ୱରରେ ସମାନ ଗୋଟି ଚଳାଇଛନ୍ତି ବିଜେଡି ସୁପ୍ରିମୋ । କହିଛନ୍ତି, ଏଥର ମୁଁ ନେବି ବାଲେଶ୍ୱରର ବିକାଶ ଦାୟିତ୍ୱ ।

ନବୀନ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ମୋ ପ୍ରତି ଆପଣଙ୍କର ଭଲ ପାଇବା ଅଛି । ମୁଁ ବାଲେଶ୍ୱର ଯାଇଥିଲେ ଆପଣ ବହୁ ସଂଖ୍ୟାରେ ଆସିଥାନ୍ତେ । ମୁଁ ଚାହେଁନା ଆପଣଙ୍କ ସ୍ୱାସ୍ଥ୍ୟ ବିପଦରେ ପଡୁ । ତେଣୁ କରୋନା ଗଲା ପରେ ମୁଁ ନିଶ୍ଚୟ ଯିବି । ବାଲେଶ୍ୱର ଆସିଲେ ମୁଁ ଫକୀର ମୋହନ ସେନାପତିଙ୍କୁ ମନେପକାଏ । ମୁଁ ତାଙ୍କୁ ବହୁତ ମାନେ । ତାଙ୍କ ରେବତୀ ଗଳ୍ପ ମତେ ବହୁତ ଭଲ ଲାଗେ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।

୧୯୯୯ ମସିହା ମହାବାତ୍ୟା କଥା ମନେ ପକାଇ ନବୀନ କହିଛନ୍ତି, ୧୯୯୯ରେ ମହାବାତ୍ୟା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ତଥାପି ଆମେ ଆଜି ଛିଡା ହୋଇଛି । ବିପର୍ଯ୍ୟ ପରିଚାଳନାରେ ସାରା ଦେଶ ପାଇଁ ଓଡିଶା ମଡେଲ ପାଲଟିଛି ।

Leave A Reply

Your email address will not be published.