Latest Odisha News

BREAKING NEWS

ଜନ୍ମଦିନ ଅବସରରେ ଜାଣନ୍ତୁ ଜୟୀ ରାଜଗୁରୁଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଜୟକୃଷ୍ଣ ରାଜଗୁରୁ ମହାପାତ୍ର ୧୭୩୯ ମସିହା ଅକ୍ଟୋବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଯିଏକି ଜୟୀ ରାଜଗୁରୁ ଭାବେ ପରିଚିତ ଥିଲେ ।

ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ଚାନ୍ଦରାଜଗୁରୁ ଓ ହୀରାମଣି ଦେବୀଙ୍କ କୋଳ ମଣ୍ଡନ କରିଥିଲେ । ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସେ ଖୋର୍ଦ୍ଧା ରାଜା ଗଜପତି ମୁକୁନ୍ଦ ଦେବ-୨ଙ୍କ ରାଜ ଦରବାରରେ ରାଜକୀୟ ପୁଜାରି (ରାଜଗୁରୁ)। ରାଜାଙ୍କ ସେନାବାହିନିର ମୁଖ୍ୟ ସେନାପତି ଓ ରାଜାଙ୍କ ବାସ୍ତବିକ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ।

ସୂଚନାନୁଯାୟୀ, ପିତାଙ୍କ ଅନ୍ତେ ସେ ଖୋରଧା ରାଜା ଦିବ୍ୟସିଂହ ଦେବ(ଦ୍ୱିତୀୟ)ଙ୍କ ରାଜ ସଭାରେ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ରାଜଗୁରୁ ତଥା ମନ୍ତ୍ରୀ ଭାବରେ ପ୍ରତିଷ୍ଠିତ ହୋଇଥିଲେ। ଏହା ପରଠାରୁ ସେ ଜୟୀ ରାଜଗୁରୁ ରୂପେ ପରିଚିତ ହୋଇଥିଲେ ।

ପରବର୍ତ୍ତୀ ସମୟରେ ସେ ଦିବ୍ୟସିଂହ ଦେବଙ୍କ ନାବାଳକ ପୁତ୍ର ମୁକୁନ୍ଦଦେବ (ଦ୍ୱିତୀୟ)ଙ୍କୁ ସିଂହାସନରେ ବସାଇ ୧୭୯୮ରେ ରାଜକାର୍ଯ୍ୟ ନିଜ ହାତକୁ ନେଇଥିଲେ।

ଉଲ୍ଲେଖଯୋଗ୍ୟ, “ସ୍ଵାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ, କ୍ରାନ୍ତିକାରୀ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ତାଙ୍କ ଅସାଧାରଣ ଦେଶପ୍ରେମ, ନିର୍ଭୀକ ସଂଗ୍ରାମୀ ଜୀବନ ଓ ଅସୀମ ତ୍ୟାଗ ସର୍ବଦା ସ୍ମରଣୀୟ ଏବଂ ପ୍ରେରଣାଦାୟୀ” ବୋଲି ବିବେଚନା କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.