ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ମହିଳା । ମହିଳା ସଶକ୍ତିକରଣକୁ ତାଙ୍କ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛି । ଆଜି ବିଜେଡିର ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇ ଜାତୀୟ ଦଳକୁ ଟାର୍ଗେଟ କରିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ ।
ଫୋକସରେ ମହିଳା ସଶକ୍ତିକରଣ
ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନରେ ନବୀନ କହିଛନ୍ତି, ମହିଳାଙ୍କୁ ନେଇ ଜାତୀୟ ଦଳଗୁଡିକ ବଡ଼ ବଡ଼ କଥା କହୁଛନ୍ତି । ମାତ୍ର ନିର୍ବାଚନ ସରିବା ପରେ ମହିଳାଙ୍କ କଥା ଭୁଲି ଯାଉଛନ୍ତି । ନବୀନ କହିଛନ୍ତି, ମା’ ଆଗେଇଲେ ଦେଶ ଆଗେଇବ, ସମାଜ ବି ଆଗେଇବ । ମିହିଳା ସଶକ୍ତିକରଣ କରିବା ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ।
ସବୁ ଅଧିବେଶନରେ ଉଠିବ ମହିଳା ସଂରକ୍ଷଣ ପ୍ରସଙ୍ଗ
ନବୀନ କହିଛନ୍ତି, ଆମେ ପଞ୍ଚାୟତରେ ୫୦% ମହିଳାଙ୍କୁ ସଂରକ୍ଷଣ ଦେଇଛୁ । ୨୦୧୯ ନିର୍ବାଚନରେ ୩୩% ମହିଳାଙ୍କୁ ବିଜେଡି ଟିକେଟ ଦେଇଥିଲା । ସଂସଦ ଓ ବିଧାନସଭାରେ ମହିଳାଙ୍କୁ ସଂରକ୍ଷଣ ପାଇଁ ବିଜେଡି ସବୁ ସ୍ତରରେ ଲଢ଼େଇ ଜାରି ରଖିବ । ଆଗକୁ ଲୋକସଭା, ରାଜ୍ୟସଭା ଓ ବିଧାନସଭାର ପ୍ରତି ଅଧିବେେଶନରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି । ଏନେଇ ଜାତୀୟ ଦଳଗୁଡ଼ିକର ଧ୍ୟାନ ଆକର୍ଷଣ କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
ସଶକ୍ତ ଓଡ଼ିଶା ଗଠନରେ ମହିଳାଙ୍କ ଭାଗିଦାରୀ
ଓଡ଼ିଶାରେ ୮୦ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡ଼ିଶା ଗଠନ କରି ପାରିବ । ଆମ ସମାଜ ଓ ଓଡ଼ିଶା ପାଇଁ ଚାହୁଁଥିବା ପରିବର୍ତ୍ତନ ସାକାର କରିବାକୁ ମାଆମାନେ ଏହି ଆନ୍ଦୋଳନରେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି ।
BREAKING NEWS
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!
- ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଟିମ୍

Comments are closed.