Latest Odisha News

BREAKING NEWS

ରାଜସ୍ଥାନର ଦୌସା ଜିଲ୍ଲାରେ ଚାଞ୍ଚଲ୍ୟ: ପବ୍ଲିକ୍ ଟଏଲେଟ୍ ସଫା କରି ସ୍ବଚ୍ଛତାର ବାର୍ତ୍ତା ଦେଲେ ବିଧାୟକ

ରାଜସ୍ଥାନ : ପ୍ରଥମେ ଜୋତା ପଲିସ୍ ଆଉ ଏବେ ପବ୍ଲିକ ଟଏଲେଟ୍ ସଫା   କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ବିଧାୟକ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଦୌସା ଜିଲ୍ଲାରେ  ।  ଜଣେ ବିଧାୟକ ଉପ ଜିଲ୍ଲା ହସ୍ପିଟାଲରେ ପବ୍ଲିକ ଟଏଲେଟ୍‌ ସଫା କରୁଥିବା ନଜର ଆସିଛନ୍ତି  । ବିଧାୟକ ଜଣକ ହେଉଛନ୍ତି ଓମ୍‌ ପ୍ରକାଶ ହୁଡ୍‌ଲା । ବିଧାୟକ ଓମ୍‌ ପ୍ରକାଶ ପ୍ରଥମେ ଉପ ଜିଲ୍ଲା ହସ୍ପିଟାଲ ପରିଦର୍ଶନ ଲାଗି ଯିବେବେଳେ ହସ୍ପିଟାଲର ଟଏଲେଟ୍ ଉପରେ ତାଙ୍କର ଆଖି ପଡିଥିଲା । ଟଏଲେଟ୍ ଅପରିଷ୍କାର ଥିବା ଦେଖି ସେ ରାଗି ଯାଇଥିଲେ  । ଏବଂ ନିଜେ ବ୍ରସ୍ ଏବଂ ହାର୍‌ପିକ ଧରି ଟଏଲେଟ୍‌ ସଫା କରିଥିଲେ ।

ପବ୍ଲିକ ଟଏଲେଟର କାନ୍ଥରେ ଲାଗିଥିବା ମଇଳାକୁ ଭଲ ଭାବରେ ସଫା କରିଥିଲେ ବିଧାୟକ ଜଣକ  । ଏହାପରେ ହସ୍ପିଟାଲ ଷ୍ଟାଫ୍‌ ଏବଂ ଅନ୍ୟମାନଙ୍କ ସହିତ କଥା ହୋଇଥିଲେ।ଟଏଲେଟ୍ ସଫା କରିବା ପରେ ବିଧାୟକ କହିଛନ୍ତି କୌଣସି କାମ ଛୋଟ କିମ୍ବା ବଡ ହୋଇନଥାଏ  । ସମାଜକୁ ସ୍ବଚ୍ଛତାର ବାର୍ତ୍ତା ଦେବାକୁ ମୁଁ ଏପରି କରିଛି ।  ଯେଉଁଠି ସ୍ୱଚ୍ଛତା ଥାଏ, ସେଠାରେ ଲକ୍ଷ୍ମୀ ବାସକରନ୍ତି। ଏଥିପାଇଁ ପ୍ରତ୍ୟେକ ଜାଗାକୁ ସ୍ୱଚ୍ଛ ରଖିବା ଉଚିତ୍‌। ବିଧାୟକଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି  । ଗାନ୍ଧି ଜୟନ୍ତୀ ଅବସରରେ ଲୋକଙ୍କ ଜୋତା ପଲିସ୍‌ କରୁଥିବା ମଧ୍ୟ ନଜର ଆସିଥିଲେ ବିଧାୟକ ଓମ୍‌ ପ୍ରକାଶ ।

Leave A Reply

Your email address will not be published.