Latest Odisha News

BREAKING NEWS

ୱାକଫ୍‌ ବିଲ୍‌ ଭୋଟିଂରେ ବିଜେଡିର ଦ୍ବିମତ: ଉଷ୍ମ ହେଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କେନ୍ଦ୍ରସରକାରଙ୍କ ଦ୍ବାରା ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି, ବିବାଦୀୟ ଓ୍ବାକଫ୍ (ସଂଶୋଧିତ) ବିଲ୍ । ଉଭୟ ଗୃହରେ ବିଜେପି ନେତୃତ୍ବାଧିନ ଏନଡିଏ ସରକାର ବହୁମତ ହାସଲ କରିଛି । କିନ୍ତୁ ଗତ ଦୁଇ ଦିନ ଧରି ଓ୍ବାକଫ୍ ବିଲକୁ ନେଇ ଚାଲିଥିବା ମହାସମରରେ ସମସ୍ତଙ୍କୁ ବଡ ଝଟକା ଦେଇଛି ବିଜେଡି । ସବୁବେଳେ ସମଦୂରତା, ବିଜେପି ବିରୋଧରେ ସ୍ବର ଉଠାଉଛି ବୋଲି ଦାବି କରି, କାଲି ଠିକ୍ ସମୟରେ ପଟ ବଦଳାଇ ଦେଇଛି । ଯାହାକୁ ନେଇ ଏବେ ବର୍ଷିଛି ରାଜ୍ୟ କଂଗ୍ରେସ । ଓ୍ବାକଫ୍ ବିଲକୁ ନେଇ ବିଜେଡିର ମତ ଭିନ୍ନ ଭିନ୍ନ ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ତାତ୍ସଲ୍ୟ କରିଛି କଂଗ୍ରେସ । ନିଜେ ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର ମଧ୍ୟ ଏନେଇ ସନ୍ଦେହ ପ୍ରକାଶ କରିଛନ୍ତି ।

ତେବେ ବୁଧବାର ଲୋକସଭାରେ ଓ୍ବାକଫ୍ ବିଲ୍ ପାରିତ ହେବା ପରେ ଗୁରୁବାର ରାଜ୍ୟସଭାରେ ଗୃହୀତ ହୋଇଥିଲା । ୱାକଫ୍ ବିଲକୁ ନେଇ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି । ଲୋକସଭାରେ ପାରି ହେବା ପୂର୍ବରୁ ବିଜେଡି ଏହାକୁ ବିରୋଧ କରୁଛନ୍ତି ବୋଲି ଖୋଦ୍ ବିଜେଡି ସାଂସଦ ସସ୍ମିତ୍ ପାତ୍ର ସୂଚନା ଦେଇଥିଲେ । ଏନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ରାଜ୍ୟସଭା ଭୋଟିଂରେ ବିଜେଡି ଦଳର ସାଂସଦମାନେ ଭାଗ ନେବେ କି ନାହିଁ, ସେନେଇ ଦ୍ବନ୍ଦ୍ବ ଦେଖା ଦେଇଥିଲା । ହେଲେ ଘଟଣା ଦିନ ନିଜର ମତ ବଦଲାଇଥିଲେ ସସ୍ମିତ୍ । ସେ ବିଲକୁ ସମର୍ଥନ କରୁଛନ୍ତି ବୋଲି କହିଥିଲେ ଏବଂ ଅନ୍ୟ ସାଂସଦଙ୍କ ଆଭିମୁଖ୍ୟ କ’ଣ ହେବ ସେ ଜାଣିନାହାନ୍ତି ବୋଲି ମତ ରଖିଥିଲେ । ଏନେଇ ସସ୍ମିତ ତାଙ୍କ ଟ୍ବିଟରେ ଜଣାଇଥିଲେ, ଭୋଟିଂରେ ଭାଗ ନେବା ନେଇ ଦଳ ପକ୍ଷରୁ କୌଣସି ହ୍ବିପ ଜାରି କରାଯାଇନାହିଁ  । ତେଣୁ ସଦସ୍ୟମାନେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ । ହେଲେ ପରେ ଜଣାପଡିଥିଲା, ବିଜେଡିର ଅନ୍ୟତମ ପୁରୋଧା ତଥା ସାଂସଦ ମୁନା ଖାନ୍ ବିଲ୍ ବିରୋଧରେ ନିଜର ମତ ରଖିଥିଲେ । ଏପରିକି ତାଙ୍କ ଦଳ ବିଲ୍‌ ବିରୋଧରେ ଭୋଟ୍‌ କରିବ ବୋଲି କହିଥିଲେ । ଯାହାକୁ ନେଇ ବିଜେଡିର ଏଭଳି ଦ୍ବିମତ ସ୍ଥିତି ଏବେ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି । ବାସ୍ତବରେ ବିଜେଡିର ଆଭିମୁଖ୍ୟ କ’ଣ?, ଅନ୍ୟବିଜେଡି ସାଂସଦମାନଙ୍କ ସମର୍ଥନ କ’ଣ ରହିଥିଲା?, ତାହା ଏବେ ଅସ୍ପଷ୍ଟ ।

ଯାହାକୁ ନେଇ ବିଜେଡି ବିଜେଡି ଉପରେ ଜୋରଦାର ବର୍ଷିଛି କଂଗ୍ରେସ । ବିଜେଡିକୁ କଡ଼ା ସମାଲୋଚନା କରିଛି ରାଜ୍ୟ କଂଗ୍ରେସ କହିଛି, ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ଗଠବନ୍ଧନ କାଏମ ରହିଛି । ପରସ୍ପର ମଧ୍ୟରେ ସଲାକୁସ୍ତି କରି ସେମାନେ ଓଡ଼ିଶା ଜନତାଙ୍କୁ ଠକି ପାରିବେନି ବୋଲି ଏକ୍ସରେ ମନ୍ତବ୍ୟ ରଖିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ ବିଲ୍ ପାଇଁ ବିଜେଡି ଡିଲ୍‌ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍‌ କରିଛନ୍ତି ମାନସପୁତ୍ର । ବିଜେପି ନିକଟରେ ନବୀନଙ୍କୁ ବିକିଦେିଛନ୍ତି । ଉଭୟେ ବିଜେପିକୁ ଚାଲିଯିବେ, ଆଉ ଅନ୍ୟ ବିଜେଡି ନେତା ବଳି ପଡିବେ । ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଡିଲ ହୋଇଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ।

ଅନ୍ୟପଟେ ପିଜେ ଦଳୀୟ ନେତା ମଧ୍ୟ ବିଜେଡିର ଏଭଳି କାର୍ଯ୍ୟକଳାପ ପାଇଁ ସନ୍ଦେହ ପ୍ରକାଶ କରିଛନ୍ତି । ୱାକଫ୍‌ ବିଲ୍‌ ଭୋଟିଂରେ ବିଜେଡି ଦ୍ବିମତ ନେଇ କିଛି ଖେଳ ହୋଇଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ଦଳରେ ନିଷ୍ପତ୍ତି ହେଲା ପରେ ବି ଏଭଳି କାର୍ଯ୍ୟ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ନବୀନ ବାବୁ ବିଲକୁ ବିରୋଧ କରିବାକୁ କହିଥିଲେ । ହେଲେ ଏନେଇ କାହିଁକି ହ୍ବିପ୍ ଜାରି ହେଲା ନାହିଁ, କିଏ ଏହି ଖେଳ କଲା ତାକୁ ଖୋଜାଚାଲିଛି ବୋଲି କହିଛନ୍ତି ବଦ୍ରି । ଅନ୍ୟପଟେ ବରିଷ୍ଠ ବିଜେଡି ନେତାମାନେ ମଧ୍ୟ ସମାନ ପ୍ରଶ୍ନ ଉଠାଇଛନ୍ତି । ବିଲକୁ ବିରୋଧ ନେଇ ପୂର୍ବରୁ ଆଲୋଚନା ହୋଇଥିବା ବେଳେ କାହିଁକି ପରେ ପିବର୍ତ୍ତନ କରାଗଲା, ସେନେଇ ସେମାନେ ଅବଗତ ନାହାନ୍ତି । ଏନେଇ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଳୋଚନା କରିବେ ବୋଲି କହିଛନ୍ତି ବରିଷ୍ଠ ନେତା ।

ସେପଟେ ବିଜେପି ଏହାକୁ ତାତ୍ସଲ୍ୟ କରିଛି । ଖାଲି ସଂସଦ ନୁହେଁ, ରାଜ୍ୟ ବିଧାନସଭାରେ ବି ବିଜେଡିର ଏକମତ ନାହିଁ । କାହକୁ ସମର୍ଥନ କରିବେ, କାହାକୁ ବିରୋଧ କରିବେ, ସେମାନଙ୍କ ମଧ୍ୟରେ ସମମତ ନାହିଁ । ବିଜେଡି ଅନ୍ଧକାରକୁ ଗତିକ ରୁଛି ବୋଲି କହିଛି ବିଜେପି ।

Comments are closed.