Latest Odisha News

ଦରବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ: କହିଲା, ଦରଦାମ ନିୟନ୍ତ୍ରଣ କରନ୍ତୁ, ଲୋକଙ୍କୁ ନ୍ୟାୟ ଦିଅନ୍ତୁ

ଭୁବନେଶ୍ୱର: ଦରବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି। ରାଜ୍ୟସରକାରଙ୍କୁ ସିଧାସଳଖ ଟାର୍ଗେଟ କଲା ବିଜେଡି। କହିଲା ଦରଦାମ ନିୟନ୍ତ୍ରଣ କରନ୍ତୁ, ଲୋକଙ୍କୁ ନ୍ୟାୟ ଦିଅନ୍ତୁ। ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଯେଉଁ ପରି ଦରଦାମ ଆକାଶଛୁଆଁ କରିଛନ୍ତି, ସାଧାରଣଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ। ହେଲେ ଚାଉଳ, ଡାଲି, ପନିପରିବା ଦରବୃଦ୍ଧି ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ ବୋଲି କହିଲା ବିଜେଡି।

ଆଜି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଥିଲେ । ପ୍ରମିଳା କହିଥିଲେ, ମନ୍ତ୍ରୀ କହୁଛନ୍ତି ଦରଦାମରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସାଧାରଣ ଲୋକ ଶସ୍ତାରେ କେମିତି ପାଇବେ, ସେ ବ୍ୟବସ୍ଥା କରନ୍ତୁ। ଲୋକେ ଅତିଷ୍ଠ ହୋଇ ପଡିଲେ। ପଦକ୍ଷେପ ନିଅନ୍ତୁ ନହେଲେ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

ଅନ୍ୟପଟେ ଲେଖାଶ୍ରୀ କହିଛନ୍ତି, ଯଦି ବିଜେପିର ବିଜୟ ଉତ୍ସବ ସରିଲାଣି, ତାହେଲେ ଯେଉଁ ଭୋଟରେ ଜିତିଛନ୍ତି ସେ ଓଡ଼ିଶାବାସୀଙ୍କ ହିତ କଥା ଚିନ୍ତା କରନ୍ତୁ। ଦରଦାମ ହୁ ହୁ ହୋଇ ବଢୁଛି। ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ ଯେ ଦରଦମ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ସରକାରଙ୍କ ଦାୟିତ୍ୱ ଯେ ଦରଦମ ନିୟନ୍ତ୍ରଣରେ ରଖିବା। ଯାହା ଫଳରେ ଲୋକେ ଜିନିଷ କିଣି ବ୍ୟବହାର କରି ପାରିବେ। କିନ୍ତୁ ରାଜ୍ୟ ସରକାର ହାତ ଟେକି ଦେବା ଦୁର୍ଭାଗ୍ୟଜନକ। ଅଶ୍ୱିନୀ ଚୌବେ ରାଜ୍ୟସଭାରେ ଦରଦାମ ନିୟନ୍ତ୍ରଣର ଉପାୟ କହିଥିଲେ। ଏଠି ଡବଲ ଇଞ୍ଜିନ ସରକାର। ଛୋଟ ଇଞ୍ଜିନ ବଡ଼ ଇଞ୍ଜିନକୁ ସହାୟତା ମାଗନ୍ତୁ। ସହାୟତାର ହାତ ମାଗନ୍ତୁ। ଷ୍ଟକ ମାଗନ୍ତୁ। ରାଜ୍ୟ ସରକାର ନିଜେ କିଣି ଅତ୍ୟାବଶକୀୟ ଜିଣିଷ ଲୋକଙ୍କୁ ଶସ୍ତାରେ ବିକନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ।

Leave A Reply

Your email address will not be published.