Latest Odisha News

BREAKING NEWS

ତାରାଙ୍କ ଉପରୁ ନିଲମ୍ଵନ ହଟାଇବାକୁ ଦାବି; ବାଚସ୍ପତିଙ୍କୁ ଭେଟିଲା ବିଜେଡି ଟିମ୍

ଭୁବନେଶ୍ଵର: କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରାଯିବାକୁ ନେଇ ତାଙ୍କ ସମର୍ଥନରେ ବାହାରିଛନ୍ତି ବିଜେଡି ବିଧାୟକମାନେ । ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡି ବିଧାୟକମାନେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଛନ୍ତି । ଏହା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବି କରିଛନ୍ତି ।

ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଆମେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ନିଷ୍ପତ୍ତିକୁ ପୁନଃବିଚାର ପାଇଁ ଦାବି କରିଛୁ ଏହା ସହିତ ତାରାଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନକୁ ପ୍ରତ୍ୟାହାର ପାଇଁ ଦାବି କରିଥିବା ସେ କହିଛନ୍ତି ।

ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯଙ୍କ ସହିତ ପ୍ରତାପ ଦେବ ଏବଂ ଅରୁଣ ସାହୁ ମଧ୍ୟ ବାଚସ୍ପତିଙ୍କୁ ଭେଟିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ବିଧାନସଭା ଗୃହରେ ଶାସକ ଓ ବିରୋଧୀ ମଧ୍ୟରେ ଠେଲାପେଲା ଓ ହାତାହାତି ହୋଇଥିଲା । ଉଭୟ ପଟୁ ହୋହଲ୍ଲାରେ କମ୍ପିଲା ଗୃହ । ଯାହା ଫଳରେ ବାଚସ୍ପତି ବିରୋଧୀ ଦଳ ସଦସ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଏବଂ ବିଧାନସଭାରୁ ୭ ଦିନ ପାଇଁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ୱିତ କରିଥିଲେ ।

Comments are closed.