Latest Odisha News

କରୋନା କଟକଣା ସହ ପାଳନ ହେବ ସ୍ୱର୍ଗତ ନେତା ବିଜୁ ବାବୁଙ୍କ ୨୪ତମ ପୂଣ୍ୟତିଥି

ଭୁବନେଶ୍ୱର: ୧୯୯୭ ମସିହା ଏପ୍ରିଲ ୧୭ରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା। ଏ ନେଇ ଆସନ୍ତା ଏପ୍ରିଲ୍ ୧୭ରେ ଓଡିଶାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ୨୪ ତମ ପୂଣ୍ୟତିଥି ପାଳନ କରାଯିବ ଏବଂ ସମସ୍ତ କୋଭିଡ୍‌ ନିର୍ଦ୍ଦେଶାବଳୀ ସହ ଏହା ପାଳନ କରାଯିବ ବୋଲି ସୂତ୍ରରୁ ପ୍ରକାଶ।

ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ‘ଓଡିଶା ମୋ ପରିବାର’ ସମସ୍ତ ନିର୍ବାଚନମଣ୍ଡଳୀରେ ରକ୍ତଦାନ ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପରିଚାଳନା କରିବ। ଏହାସହିତ ମାସ୍କର ବାଧ୍ୟତାମୂଳକ ବ୍ୟବହାର ତଥା କୋଭିଡ୍‌ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବା ପାଇଁ ଏକ ସଚେତନତା ଅଭିଯାନ ଆରମ୍ଭ କରିବ।

Leave A Reply

Your email address will not be published.