Latest Odisha News

BREAKING NEWS

ମନ୍ଦିର ପରିସର ଫାଙ୍କା, ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ମନା, କରୋନା କଟକଣାରେ ପାଳନ ହେଉଛି ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ

ଘଟଗାଁ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ । କରୋନା ଯୋଗୁ ଗହଳିଚହଳି ଲାଗି ରହୁଥିବା ମାଆଙ୍କ ମନ୍ଦିର ଖାଁ ଖାଁ । ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ମନା କରାଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ମା’ ତାରିଣୀଙ୍କ ଚଇତି ପର୍ବ ପାଳନ କରାଯାଉଛି । ଆଜି ପଞ୍ଚମ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନକୁ ବାରଣ କରାଯାଇଛି । ବିନା ଭକ୍ତରେ କେବଳ ବିଧି ରକ୍ଷା କରିବାକୁ ମା’ ତାରିଣୀଙ୍କ ସମସ୍ତ ନୀତିକାନ୍ତି କରାଯାଉଛି । ଗତ ୯ ତାରିଖରେ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖରେ ଶେଷ ହେବ ଚଇତି ପର୍ବ ।

ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କଟକଣା ଜାରି କରାଯାଇଛି । ୧୩ ଓ ୧୪ ତାରିଖ ଅଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି  ।

ଚଳିତବର୍ଷ ମଧ୍ୟ ପଣା ସଂକ୍ରାନ୍ତିରେ ମା’ଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ମନ୍ଦିରରେ ପ୍ରବେଶ ବାରଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ଭକ୍ତଙ୍କୁ ନିରାଶ ହେବାକୁ ପଡିଛି । 

ଚଇତି ପର୍ବର ପଞ୍ଚମ ଦିନରେ ଭୋର ୩ଟାରୁ ମାଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ସେବାୟତମାନେ ମା’ଙ୍କର ମହାସ୍ନାନ, ବଡ଼ସିଂହାର, ମାଜଣା, ଦୀପ ପ୍ରଜ୍ଜ୍ବଳନ ଆଦି ନୀତିକାନ୍ତି ସମାପନ କରି ସୁନାବେଶ କରିଥିଲେ । ଆଜି ଦିନ ସାରା ମା’ଙ୍କର ବିଭିନ୍ନ ନୀତିକାନ୍ତି କରାଯାଉଛି । 

Leave A Reply

Your email address will not be published.