ଭୁବନେଶ୍ୱର: କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି ଓ୍ବାକଫ୍ ସଂଶୋଧନ ବିଲ୍ । ବିରୋଧୀ ଓ ବିଭିନ୍ନ ମୁସଲିନ ସଂଗଠନ ବିଲକୁ ଜୋରଦାର ବିରୋଧ କରୁଛନ୍ତି । ଏହାରି ମଧ୍ୟରେ ରାଜ୍ୟସଭାରେ ଏହି ବିଲକୁ ବିଜେଡି ବିରୋଧ କରିବ ବୋଲି ଜଣାପଡିଛି।
ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଦଳ ଓ୍ବାକଫ୍ ସଂଶୋଧନ ବିଲ୍ ଉପରେ ଆଲୋଚନା ଏବଂ ଭୋଟ୍ ଦେବା ଉଭୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବ। ଏଥିସହିତ ଏହି ବିଲକୁ ବିରୋଧ କରାଯିବ। ତେବେ ଉଚ୍ଚ ସଦନରେ ବିତର୍କ ସମୟରେ ବିଜେଡି ସାଂସଦ ମୁଜିବୁଲ୍ଲା ଖାନ ଦଳର ପ୍ରତିନିଧିତ୍ୱ କରିବେ।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ପ୍ରଥମ ଥର ପାଇଁ ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଆଗତ କରାଯାଇଥିଲା । ବିରୋଧୀଙ୍କ ତୀବ୍ର ବିରୋଧ ପରେ, ଏହାକୁ ଏକ ମିଳିତ ସଂସଦୀୟ କମିଟିକୁ ପଠାଯାଇଥିଲା । ଏହି କମିଟି ଏହାକୁ ଯାଞ୍ଚ କରି ଏନେଇ ଏକ ରିପୋର୍ଟ ଦାଖଲ କରିଥିଲା । ବିଲରେ ବିବାଦୀୟ ପରିବର୍ତ୍ତନ ମଧ୍ୟରେ କେନ୍ଦ୍ରୀୟ ୱାକଫ ପରିଷଦ ଏବଂ ୱାକଫ ବୋର୍ଡରେ ଅଣ-ମୁସଲମାନ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହା ସହିତ, ୱାକଫ ଭାବରେ ଚିହ୍ନଟ ସରକାରୀ ସମ୍ପତ୍ତି ୱାକଫ ବୋର୍ଡର ହେବ ନାହିଁ ଏବଂ କଲେକ୍ଟର ମାଲିକାନା ନିର୍ଣ୍ଣୟ କରିବେ ବୋଲି ଏଥିରେ ଉଲ୍ଲେଖ ରହିଛି ।
ତେବେ ଏହି ବିଲ ନେଇ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି । ଦଳର ୨୪୦ ସାଂସଦ ଅଛନ୍ତି, ଏବଂ ଏହାର ପ୍ରମୁଖ ସହଯୋଗୀ ଟିଡିପି ଏବଂ ଜେଡିୟୁର ଯଥାକ୍ରମେ ୧୬ ଏବଂ ୧୨ ସାଂସଦ ଅଛନ୍ତି ।
Comments are closed.