Latest Odisha News

BREAKING NEWS

ବିଜେଡି ସଂସଦ ଅଧିବେଶନରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ପ୍ରସ୍ତାବ ଆଗତ କରିବ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ଦ୍ୱିତୀୟ ସପ୍ତାହରେ ପାର୍ଲିଆମେଣ୍ଟରେ ଅନୁଷ୍ଠିତ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ବିଜେଡି ପକ୍ଷରୁ ସଂସଦ ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍ ପ୍ରସ୍ତାବ ଆଣିବାର ନିଷ୍ପତ୍ତି ନେଇଛି ।

ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଗାମୀ ଡିସେମ୍ବର ୯ତାରିଖରେ ସାଂସଦ ମାନଙ୍କ ଉପସ୍ଥିତିରେ ନିବାସ ନିବାସରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ସୂଚନାଯୋଗ୍ୟ ମହିଳା ମାନଙ୍କ ଲାଗି ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ଦଳର ପ୍ରତିନିଧିମାନେ ଜାତୀୟ ଏବଂ ଆଞ୍ଚଳିକ ଦଳଙ୍କୁ ଭେଟି ସମର୍ଥନ ଲୋଡ଼ିବାକୁ ବିଜେଡ଼ି ପକ୍ଷରୁ ବୁଧବାର ଦିନ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ପ୍ରତିନିଧିମାନେ ୭ଟି ଜାତୀୟ ଓ ୧୫ଟି ଆଞ୍ଚଳିକ ଦଳକୁ ଭେଟି ସମର୍ଥନ ଲୋଡିବାକୁ ବିଜେଡି ପକ୍ଷରୁ ବୁଧବାର ଦିନ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆହୁରିମଧ୍ୟ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଗତ ନଭେମ୍ବର ୨୦ ତାରିଖ ଦିନ ସର୍ବସମ୍ମତିକ୍ରମେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ ଲାଗି ଅନୁରୋଧ କରି ଏନେଇ ଏକ ପ୍ରସ୍ତାବ ଗୃହରେ ଉପସ୍ଥାପିତ ହୋଇ ବିଧାନସଭାରେ ପାରିତ ମଧ୍ୟ ହୋଇଥିଲା ।

ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ସମର୍ଥନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ସହଯୋଗ ଲୋଡ଼ି ଚିଠି ଲେଖିଛନ୍ତି।

ଦେଶ ଓ ସମାଜ ଗଠନରେ ମହିଳାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ସେମାନେ ସଶକ୍ତ ହେଲେ ରାଜ୍ୟ ତଥା ଦେଶ ସଶକ୍ତ ହେବା ସହ ଅଗ୍ରଗତି ମଧ୍ୟ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ସେମାନଙ୍କ ବିକାଶ ତଥା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଯୋଗଦାନ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିପାରିବ ।

ମହିଳା ସଶକ୍ତିକରଣ ଲାଗି ୯୦ ଦଶକରେ ପ୍ରବାଦ ପୁରୁଷ ତଥା ପ୍ରବୀଣ ରାଜନେତା ବିଜୁ ପଟ୍ଟନାୟକ ଦେଶରେ ପ୍ରଥମଥର ପାଇଁ ପଞ୍ଚାୟତ ଓ ପୌରପାଳିକାଗୁଡ଼ିକରେ ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିଥିଲେ । ଏହାଛଡ଼ା ଉଭୟ ପୁରୁଷ ଓ ମହିଳାଙ୍କ ମଜୁରୀ ସମାନ କରିବା ସହିତ ଲିଙ୍ଗ ସମାନତା ଓ ଶ୍ରମର ସମ୍ମାନକୁ ସେ ବଜାୟ ରଖିଥିଲେ ।

ଏହି ପ୍ରସ୍ତାବଟିକୁ ସର୍ବସମ୍ମତିକ୍ରମେ ଗୃହୀତ କରାଇବା ନେଇ ସେ କହିଛନ୍ତି, ରାଜ୍ୟ ବିଧାନସଭାରେ ଏହି ପ୍ରସ୍ତାବଟିକୁ ଆଗତ କରାଯାଇ ପାରିତ ହେବା ପରେ କେନ୍ଦ୍ରର ଅନୁମୋଦନ ପାଇଁ ପଠାଯାଇଛି ।

Leave A Reply

Your email address will not be published.