Latest Odisha News

BREAKING NEWS

କଂଗ୍ରେସ ଇସ୍ତାହାର କମିଟି: ଶ୍ରୀକାନ୍ତଙ୍କ ସ୍ଥାନ ନେଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୧୯ ପରିପ୍ରେକ୍ଷୀରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଗୁରୁବାର ଇସ୍ତାହାର କମିଟି ଘୋଷଣା କରାଯାଇଛି।

ଏହି ଇସ୍ତାହାର କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ଏହି କମିଟିର ଅଧ୍ୟକ୍ଷ ରହିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସ୍ଥାନରେ ନୂତନ ଅଧ୍ୟକ୍ଷ ଭାବେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କୁ ଅବସ୍ଥାପିତ କରାଯାଇଛି।

ଏଆଇସିସି ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ୧୦ ସଦସ୍ୟ ବିଶିଷ୍ଟ ଏହି ନୂତନ କମିଟିରେ ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମାରି ସୁରିନ୍, ନଟବର ଖୁଣ୍ଟିଆ, ପ୍ରଫେସର୍ ଲିଆକତ୍ ଅଲ୍ଲୀ, ସତ୍ୟପ୍ରକାଶ ନାୟକଙ୍କୁ ସଭ୍ୟ ଭାବେ ଅବସ୍ଥାପିତ କରାଯାଇଛି।

ଅନ୍ୟପକ୍ଷରେ ଇସ୍ତାହାର କମିଟିର ଆବାହକ ଭାବେ ବିସ୍ମୟ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି।

ଏଥିସହିତ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଏହି କମିଟିର ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ଏକତା ସୁତ୍ରରେ କାର୍ଯ୍ୟ କରି ଆଗାମୀ ସାଧାରଣ ନିର୍ବାଚନରେ ଦଳ ଯେପରି ଭଲ ପ୍ରଦର୍ଶନ କରିବ ସେନେଇ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.