Latest Odisha News

BREAKING NEWS

ସରକାରୀ ଟ୍ରେନିଂକୁ ବୟକଟ୍, ୨୫ରେ ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ୍ କରିଛି ବିଜେଡି । ଆସନ୍ତା ୨୫ ତାରିଖ ସକାଳ ୧୦ ଟାରେ ଶଙ୍ଖ ଭବନରେ ଆୟୋଜିତ ହେବ ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ନୂଆ ସଦସ୍ୟମାନଙ୍କୁ ବିଧାନସଭାର ନୀତି ନିୟମ ବାବଦରେ ପ୍ରଶିକ୍ଷଣ ଦେବେ ବୋଲି କହିଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ ।

ପ୍ରତାପ ଦେବ ଆହୁରି କହିଛନ୍ତି ଯେ, କେବଳ ଗୋଟିଏ ଦିନ ପାଇଁ ଆୟୋଜିତ ହେବ ଏହି ପ୍ରଶିକ୍ଷଣ ଶିବିର । ବରିଷ୍ଠ ବିଧାୟକମାନଙ୍କୁ ଏଥିରେ ଭାଗ ନେବା ପାଇଁ ଅନୁରୋଧ କରାଯିବ ।

ଆଜି ବିଧାନସଭାରେ ଆୟୋଜିତ ହୋଇଥିବା ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେଡି ବର୍ଜନ କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ । ସେ କହିଛନ୍ତି, ‘ଆମେ କେବେ କୌଣସି ବ୍ୟକ୍ତି ବିଶେଷଙ୍କୁ ବିରୋଧ କରୁନାହୁଁ । ଆମେ ପଦ ମର୍ଯ୍ୟାଦାର କଥା କହୁଛୁ । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟନ କରିବା କଥା ହେଲେ କେନ୍ଦ୍ରମନ୍ତ୍ରୀ ଆସି ଉଦଘାଟନ କରୁଛନ୍ତି । ଯଦ୍ବାରା ବିଧାନସଭାର ବିଧି ଓ ବ୍ୟବସ୍ଥାକୁ ଭଙ୍ଗ କରୁଛି ଶାସକ ଦଳ’ ।

ବିଜେପି ସରକାର ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଛି । ଆଗାମୀ ପୀଢି ପାଇଁ ନୀତି ନିୟମ ବଦଳିବା ଉଚିତ ନୁହେଁ । ଯଦି ସରକାର ଲକ୍ଷ୍ୟଚୁତ୍ୟ ହୁଅନ୍ତି ତେବେ ଆମେ ବିରୋଧ କରିବୁ ବୋଲି ପ୍ରତାପ କହିଛନ୍ତି ।

Comments are closed.