Latest Odisha News

BREAKING NEWS

ଝାରସୁଗୁଡା ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ନେଇ ଶନିବାର ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟୀ ହେବ | ୩ ମାସ ପୂର୍ବରୁ ପଦମପୁର ଉପନିର୍ବାଚନ ହେଲା ଓ ବିପୁଳ ଭୋଟରେ ବିଜେଡି ବିଜୟ ହାସଲ କଲା| ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦିବଂଗତ ବିଜେଡି ନେତା ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି | ଆଉ ଆମର ପୁରା ବିଶ୍ୱାସ ଅଛି ଯେ, ଝାରସୁଗୁଡାରେ ବିଜେଡିକୁ ଐତିହାସିକ ସଫଳତା ମିଳିବ |

ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ଓ ଯେତେବେଳେ ବି ନିର୍ବାଚନର ସମୟ ଆସିଛି ବିଜେଡିର ସମସ୍ତ ନେତା-କର୍ମୀ ଏହାକୁ ମିଳିତ ଭାବେ ସଫଳତାର ସହ ସାମ୍ନା କରିଛନ୍ତି | ସେପଟେ ତାଙ୍କୁ ପଦମପୁର ଭଳି ଝାରସୁଗୁଡାର ଦାୟିତ୍ୱ ଦିଆଯିବ କି ପ୍ରଶ୍ନର ଉତ୍ତରରେ ପ୍ରସନ୍ନ କହିଛନ୍ତି, ଏହା ଏକ ମିଳିତ ଦାୟିତ୍ୱ ଅଟେ ଓ ଦଳ ସଭାପତିଙ୍କ ନିର୍ଦ୍ଦେଶରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରୁ | ବିରୋଧୀଙ୍କ ସମାଲୋଚନା ପ୍ରସଙ୍ଗରେ ପ୍ରସନ୍ନ କହିଛନ୍ତି, ବିରୋଧୀ ଦଳ ଅନେକ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବେ କିନ୍ତୁ ଆମ ପ୍ରସଙ୍ଗ ହେଉଛି ଲୋକଙ୍କ ବିକାଶ | ଝାରସୁଗୁଡାରେ ବିକାଶ ପାଇଁ ଅନେକ ପ୍ରକ୍ରିୟା ହୋଇଛି ଓ ଚାଲିଛି ମଧ୍ୟ | ତେଣୁ ଆମର ବିଜୟ ନିଶ୍ଚିତ ଭାବରେ ହେବ | ଝାରସୁଗୁଡ଼ାରେ ବିକାଶର ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କାର୍ଯ୍ୟ କରାଯିବ | ନବ ଦାସଙ୍କ ସମୟରେ ମଧ୍ୟ ଝାରସୁଗୁଡାର ବହୁ ବିକାଶ ହୋଇଛି, ଅନେକ ପ୍ରକଳ୍ପ ସରିଛି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ |

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୩ ତାରିଖରେ ଝାରସୁଗୁଡା ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସେହି ଦିନଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ କରାଯିବ। ୨୦ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ଏବଂ ଏପ୍ରିଲ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ମେ’ ୧୦ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମେ’ ୧୩ରେ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.