Latest Odisha News

BREAKING NEWS

ଲିଟର ପିଛା ୪ ଟଙ୍କା ବଢିଲା ଓମଫେଡ ଦର

ଭୁବନେଶ୍ୱର: ବଢିଲା ଓମଫେଡ କ୍ଷୀର ଦର  ।  ଲିଟର ପିଛା ୪ ଟଙ୍କା ବଢିଛି  । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ । ଏହି ବର୍ଦ୍ଧିତ ଦରର ସଂହଭାଗ ଦୁଗ୍ଧ ଚାଷୀଙ୍କ ଖାତାକୁ ଯିବ । ଏହି ୪ ଟଙ୍କାରୁ ୩ଟଙ୍କା ୫୦ ପଇସା ପାଇବେ ଚାଷୀ ।

ଉତ୍କଳ ଦିବସରେ ଗୋଟିଏ ପଟେ ଏଲପିଜି ଗ୍ୟାସ ଦର ହ୍ରାସ ପାଇଥିବାବେଳେ ଏପଟେ ଓମଫେଡ ଦର ବଢିଛି । ଓମଫେଡ ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଥିବେଳେ ପ୍ୟାକେଟ ପିଛା ୨ ଟଙ୍କା ଅଧିକ ଦେବେ ଉପଭୋକ୍ତା । ଗୋଖାଦ୍ୟ ସମେନ ଅନ୍ୟାନ୍ୟ ଗୋପାଳନ ସାମଗ୍ରୀର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ଦର ବୃଦ୍ଧି ପାଇଁ ଚାଷୀଙ୍କ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା । ଦୁଗ୍ଧଚାଷୀଙ୍କ ଦାବିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । କ୍ଷୀର ଦର ବୃଦ୍ଧି ପରେ ଏଜେଣ୍ଟଙ୍କୁ ଲିଟର ପିଛା ୨୦ ପଇସା କମିଶନ ମିଳିବ ।

ମୂଲ୍ୟ ବୃଦ୍ଧି ପରେ ଆଜିଠାରୁ ବଜାରରେ ଉପଲବ୍ଧ ଟୋନଡ୍ କ୍ଷୀର ଲିଟର ପିଛା ୪୨ ଟଙ୍କାରୁ ୪୬ ଟଙ୍କାକୁ ବୃଦ୍ଧି ପାଇଛି ।  ଚା’ ସ୍ପେଶାଲ କ୍ଷୀର ଲିଟର ପିଛା ୪୬ ରୁ ୫୦ ଟଙ୍କା, ଗୋଲଡ ଓ ପ୍ରିମିୟମ କ୍ଷୀର ଲିଟର ପିଛା ୪୮ ଟଙ୍କାରୁ ୫୨ ଟଙ୍କାକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.