Latest Odisha News

ଆଗାମୀ ଦଶନ୍ଧି ଯାଏଁ ବିଜେଡି କ୍ଷମତାକୁ ଆସିବନି: ଜୟନାରାୟଣ

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ବିଜେପି ବିଜେଡ଼ି କାଦୁଅ ଫିଙ୍ଗା ଦେଖିବାକୁ ମିଳିଛି। ଏହାକୁ ନେଇ ଉଷ୍ମ ହେଉଛି ରାଜନୈତିକ ପାଣିପାଗ। ଏହାରି ଭିତରେ ଆଜି ବିଜେଡି ଖୁବ୍‌ଶୀଘ୍ର କ୍ଷମତାକୁ ଆସିବ ବୋଲି ବିଜେଡି ରାଜ୍ୟ ସଭା ଏମ୍‌ପି ମୁନ୍ନା ଖାଁ କହିଥିବା ବେଳେ ତାଙ୍କୁ କଡ଼ା ଟାର୍ଗେଟ କରିଛନ୍ତି  ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ମୁନ୍ନା ଖାଁ ଦିନରେ ଚେଇଁକି  ସ୍ବପ୍ନ ଦେଖୁଛନ୍ତି।  ଆଗାମୀ ଦଶନ୍ଧି ଯାଏ ମଧ୍ୟ ବିଜେଡି କ୍ଷମତାକୁ ଆସିପାରିବ ନାହିଁ। ଦୁଇ ନେତାଙ୍କ ଏପରି  କଥା କଟାକଟି ରାଜନୈତିକ ମହଲରେ ହଲଚଲ୍‌ ସୃଷ୍ଟି କରିଛି।

ମୁନ୍ନା ଖାଁ କହିଥିଲେ, ବିଜେଡି ସରକାରକୁ ଆସିବା ପାଇଁ ଆମକୁ ୫ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ି ନ ପାରେ। ବିଜେପି ପାଖରେ ପ୍ରାର୍ଥୀ ନ ଥିଲେ। ଆମର ଅଧିକାଂଶ ଲୋକ ସେହି ଦଳରେ ଅଛନ୍ତି । ସେ ଆହୁରି ମଧ୍ୟ କହିଥିଲେ, ମୁଁ ସଭାରେ କହିଛି ଭାଜପା ବିଧାୟକ ବିଜେଡି ସହ ଲିଙ୍କ୍‌ରେ ଅଛନ୍ତି।  ମୁଁ ଏହାକୁ ମିଡିଆ ସାମ୍ନାରେ କହିପାରିବିନି। ସମୟକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି ଛାଡି ୨୨ ନେତା ବିଜେପିରେ ଯୋଗ ଦେଇଥିଲେ। ଏବେ ସେମାନେ ବିଜେପି ଟିକେଟ ପାଇ ବିଧାୟକ ମଧ୍ୟ ହୋଇଛନ୍ତି। ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି। ସେ ଆହୁରି କହିଛନ୍ତି, ବିଜେପି ତାର ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛି। ଆଜି ଯଦି ନିର୍ବାଚନ ହୁଏ ବିଜେଡିକୁ ୧୦୦ ସିଟ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ପ୍ରତିଶତ ବ୍ଲକ ଏବଂ ଜିଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି।

Comments are closed.