ଭୁବନେଶ୍ୱର: ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଉପସଭାପତି ପଦ ଅଗ୍ରାହ୍ୟ କରିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋରଦାର ହେଉଛି । କିଛି ବିଜେଡି ନେତା ଏହାକୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରିଛନ୍ତି । ଏହାରି ମଧ୍ୟରେ ନିଆଁରେ ଘିଅ ଢାଳିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଆଗାମୀ ଦିନରେ ବିଜେଡି ଇତିହାସ ହୋଇ ରହିଯିବ ବୋଲି କହିଛନ୍ତି ସମ୍ପଦ ସ୍ୱାଇଁ ।
ବିଜେଡିରେ ଜଣଙ୍କ ଇସାରାରେ ହିଁ କାମ ଚାଲେ, ତାଙ୍କ ସରକାର ସମୟରେ ମଧ୍ୟ ସେଇ ଢଙ୍ଗରେ କାମ ହେଉଥିଲା । ପୂର୍ବରୁ କ୍ଷମତା ମୋହରେ ସମସ୍ତେ ପାଟି ଚୁପ କରିଥିଲେ । ବିଜେଡି ଏକ ନମ୍ବର ଦଳରୁ ତିନି ନମ୍ବର ଦଳରେ ପହଞ୍ଚିଛି । ଆଗାମୀ ଦିନରେ ବିଜେଡି ଇତିହାସ ହୋଇଯିବ, ତାସ ଘର ଭଳି ଭାଙ୍ଗିଯିବ । ଏବେ ତ ଆରମ୍ଭ ହୋଇଛି ଆଗକୁ ଆହୁରି ଅନେକ ନେତା ମୁହଁ ଖୋଲିବେ ବୋଲି ସେ କହିଛନ୍ତି ।
Comments are closed.