ବ୍ରହ୍ମପୁର: ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବ୍ରହ୍ମପୁର ଏସ୍ପି ଅଫିସ୍ ଆଗରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ତାଙ୍କ ଶରୀରର ୯୦ ଭାଗ ପୋଡ଼ିଯାଇଛି। ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପାର୍କିଂକୁ ନେଇ ପୁଅକୁ ମିଛରେ ପୋଲିସ ଗିରଫ କରିଥିବା ଅଭିଯୋଗରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି ।
ସୂଚନା ମୁତାବକ, ଗତ ୨୮ ତାରିଖରେ ପାର୍କିଂକୁ ନେଇ ମିନାକ୍ଷୀଙ୍କ ପୁଅଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କର ଝଗଡା ହୋଇଥିଲା । ଏହାପରେ କିଛି ଯୁବକ ସଂଘବଦ୍ଧ ଭାବେ ମିନାକ୍ଷୀଙ୍କ ପୁଅକୁ ଆକ୍ରମଣ କରିଥିଲେ । ଏପରିକି ପ୍ରତିବାଦ କରିବାରୁ ମିନାକ୍ଷୀଙ୍କୁ ମଧ୍ୟ ସେମାନେ ମାଡ ମାରିଥିଲେ । ଗଂଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଚଂଳରେ ହୋଇଥିବା ଏହି ଆକ୍ରମଣର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏଥିରେ ମିନାକ୍ଷୀଙ୍କ ସମେତ ତାଙ୍କ ପୁଅ ମଧ୍ୟ ଗୁରୁତର ହୋଇଥିଲେ । ପରେ ପୋଲିସ ନିକଟରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲା । ପୋଲିସ ଉଭୟ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା । ତେବେ ବିଜେଡି ନେତ୍ରୀ ମିନାକ୍ଷୀ ଆଜି ନ୍ୟାୟ ପାଇବା ପାଇଁ ଏସ୍ପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
BREAKING NEWS
- Brown Sugar: ୧୨ ଲକ୍ଷ ଟଙ୍କାର ଧଳାଜହର ଜବତ, ୭ ଗିରଫ
- ଓଡ଼ିଶା ସରକାର ଓ ଏନଆଇଇପିଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର;ଲକ୍ଷ୍ୟ ମାନସିକ ଅନଗ୍ରସର ବ୍ୟକ୍ତି…
- X down: ଗୋଟିଏ ସପ୍ତାହରେ ୨ୟ ଥର ପାଇଁ X ହେଲା ଡାଉନ, ଭାରତ ସମେତ ସାରା ବିଶ୍ୱର ୟୁଜର ପ୍ରଭାବିତ
- କିଟରେ ଚେସ୍ ମହାକୁମ୍ଭ ଉଦ୍ଯାପିତ
- ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…
- National Education Policy: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ ମନ୍ତ୍ର
- ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
- ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…
- ସ୍ମାର୍ଟ ମିଟରର ସଠିକତା ପରଖିବାକୁ ଉପଭୋକ୍ତାଙ୍କୁ ଟିପିସିଓଡିଏଲ୍ର ଆହ୍ୱାନ; ୨୦ଟି ଗ୍ରାହକ ସେବା କେନ୍ଦ୍ରରେ…
- ବିବାହ କରିବେ କି ଧନୁଷ ଓ ମୃଣାଲ ଠାକୁର; ‘ଭାଲେଣ୍ଟାଇନ୍ସ ଡେ’ରେ…
Comments are closed.