Latest Odisha News

BREAKING NEWS

ରାମଚଣ୍ଡୀରେ ଏନ୍‌ଡିଆର୍‌ଏଫ୍‌ର ଦମ୍ ଦେଖିଲା ବିମଷ୍ଟେକ ରାଷ୍ଟ୍ର ସମୂହ

ପୁରୀ: ରାମଚଣ୍ଡିରେ ଦମ୍ ଦେଖାଇଲା ଏନ୍‌ଡିଆର୍‌ଏଫ୍ ଟିମ୍ । ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକ୍‌ଡ୍ରିଲର ଆଜି ହେଉଛି ଦ୍ୱିତୀୟ ଦିନ । ଆଜିଠୁ କୋଣାର୍କ ରାମଚଣ୍ଡୀରେ ଦୁଇ ଦିନିଆ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଚଳିତ ବର୍ଷର ଥିମ୍ ରହିଛି ବିଶ୍ୱ ଐତିହ୍ୟ ସ୍ଥଳର ସୁରକ୍ଷା । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଏହାକୁ ଉଦ୍‌ଘାଟନ କରିଛନ୍ତି । ବିମ୍‌ଷ୍ଟେକ୍ ମକ୍‌ଡ୍ରିଲରେ ଏସ୍‌ଆର୍‌ସି ପ୍ରଦୀପ ଜେନା, ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏନ୍‌ଡିଆର୍‌ଏଫ୍ ଡିଜି ପ୍ରମୁଖ ଉପସ୍ଥିତ ଅଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ କୋଣାର୍କ ମନ୍ଦିର ସୁରକ୍ଷା ସହ ଗୃହପାଳିତ ପଶୁଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ସେ ନେଇ ଅଭ୍ୟାସ ହୋଇଛି । ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପାଇଁ କୁଶଭଦ୍ରା ନଦୀରେ ଏକ ଅଭ୍ୟାସ ଗାଁ ତିଆରି କରାଯିବା ସହ ଐତିହ୍ୟର ସୁରକ୍ଷା ପାଇଁ ସୂର୍ଯ୍ୟ ମନ୍ଦିରର ଏକ ନକ୍ସା ମଧ୍ୟ ତିଆରି କରାଯାଇଛି ।

ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ମକ୍‌ଡ୍ରିଲରେ ଭାରତ ସମେତ ବିମଷ୍ଟେକ ରାଷ୍ଟ୍ର ସମୂହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନର ପ୍ରତିନିଧି ଏକାଠି ହୋଇଛନ୍ତି ।

Leave A Reply

Your email address will not be published.