Latest Odisha News

BREAKING NEWS

କେଜ୍ରିୱାଲ ଜିତିବା ପରେ ଅଭିନେତ୍ରୀ ସ୍ୱରାଙ୍କ ଟ୍ୱିଇଟ୍‌, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ର ବିପୁଳ ବିଜୟକୁ ନେଇ ବେଶ୍ ଖୁସି ଅଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ସେ ଏନେଇ ଟ୍ୱିଇଟ୍ କରି ନିଜର ଖୁସି ବ୍ୟକ୍ତି କରିଛନ୍ତି । ଏଥିସହ କେଜ୍ରିୱାଲଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଦିଳ୍ଲୀ ମେରୀ ଜାନ୍‌, ଫିର୍ ସେ ପ୍ୟାର୍ ହୋ ଗୟା ତୁମ୍ ସେ’ । ସ୍ୱରାଙ୍କ ଏହି ଟ୍ୱିଇଟ୍‌କୁ ତାଙ୍କ ଫ୍ୟାନ୍‌ମାନେ ବେଶ୍ ପସନ୍ଦ କରିଛନ୍ତି ।

ଏଯାଏଁ ସ୍ୱରାଙ୍କ ଏହି ଟ୍ୱିଇଟ୍‌କୁ ୩୦ ହଜାରରୁ ଅଧିକ ଲୋକେ ପସନ୍ଦ କରିସାରିଲେଣି । ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ଆପ୍ ପାଇଁ ସ୍ୱରା ଭାସ୍କାର ପ୍ରଚାର କରିଥିଲେ । ସ୍ୱରା ସର୍ବାଦା ନିଜର ବୋଲ୍ଡ ଅଭିନୟ ଏବଂ ବିବାଦୀୟ ବୟାନ ପାଇଁ ଚର୍ଚ୍ଚା ରୁହନ୍ତି । ଏଥିପାଇଁ ପାଙ୍କୁ ବହୁଥର ଟ୍ରୋଲ ମଧ୍ୟ ହେବାକୁ ପଡିଛି ।

Leave A Reply

Your email address will not be published.