Latest Odisha News

BREAKING NEWS

ଦୋହଲିଗଲା ଦାମଙ୍କ ଦମ୍ଭ, ପାରାଦୀପରେ ବିଜେଡ଼ିର ବିଶାଳ ମହିଳା ସମାବେଶ

ପାରାଦୀପ: ଦିନ ଥିଲା ସେମାନେ ଥିଲେ ଦାମଙ୍କ ଏକାନ୍ତ ଅନୁଗତ । କିନ୍ତୁ କିଛି ଦିନର ବ୍ୟବଧାନରେ ସେମାନେ ଦାମଙ୍କଠୁ ଅଲଗା ହୋଇଯାଇଛନ୍ତି । ଦାମଙ୍କ ଦମ୍ଭ ପଣିଆ ଏବେ ଦୋହଲିଯାଇଛି । ଦାମଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଆଜି ଆୟୋଜିତ ହେଉଛି ବିଶାଳ ମହିଳା ସମାବେଶ ।

ବିଜେଡ଼ି ପକ୍ଷରୁ ଆୟୋଜିତ ହେଉଥିବା ଏହି ବିଶାଳ ମହିଳା ସମାବେଶରେ ହଜାର ହଜାର ସଂଖ୍ୟାରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକରୁ ମହିଳାମାନେ ସ୍ୱତଃପ୍ରବୃତ୍ତ ଭାବେ ସଭାସ୍ଥଳକୁ ଛୁଟିଆସିଛନ୍ତି । ପ୍ରାୟ ୧୦ ହଜାର ମହିଳାଙ୍କ ବସିବା ଲାଗି ସଭାସ୍ଥଳରେ ବ୍ୟବସ୍ଥା ହୋଇଥିବା ବେଳେ ସଭାସ୍ଥଳ ପୂର୍ଣ୍ଣ ହୋଇ ୫ ହଜାର ମହିଳା ମଧ୍ୟ ତଳେ ବସିଥିବାର ଦେଖାଦେଇଛି । ସଭାସ୍ଥଳ ସମ୍ପୂର୍ଣ୍ଣଭାବେ ପୂର୍ଣ୍ଣ ହେବାର ଆଶା ରଖିଛନ୍ତି ଆୟୋଜକମାନେ ।

ତେବେ ଗୋଟିଏ କଥା ଏହି ସଭାରୁ ଅନୁମେୟ, ଦାମ ଦଳରୁ ବହିଷ୍କୃତ ହେବା ପରେ ଲାଗୁଥିଲା ଯେକୌଣସି ବିଜେଡ଼ି ସମାବେଶରେ ଜନତାଙ୍କର ସଂଖ୍ୟା ହ୍ରାସ ପାଇବ, କିନ୍ତୁ ଫଳ ଓଲଟା ହେଉଛି । ଦାମଙ୍କ ଦଳରେ ରହିବା ନରହିବାର କିଛି ଫରକ ପଡ଼ିନାହିଁ ଏହି ସଭାରେ । ପୂର୍ବାପେକ୍ଷା ଅଧିକ ସଂଖ୍ୟାର ଜନସାଧାରଣ ଏହି ବିଜେଡ଼ି ସମାବେଶରେ ଉପସ୍ଥିତ ହେବା ରାଜନୈତିକ ଦୃଷ୍ଠିକୋଣରୁ ଚର୍ଚ୍ଚା ହେବାରେ ଲାଗିଛି ।

Leave A Reply

Your email address will not be published.