Latest Odisha News

BREAKING NEWS

ପ୍ଲାଷ୍ଟିକ ବ୍ୟବହାର ନିଷେଧ: ଅକ୍ଟୋବର ୨ରୁ ରାଜ୍ୟର ୬ଟି ସହରରେ କଟକଣା

ଭୁବନେଶ୍ୱର: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି ।

ଯେଉଁ ୬ଟି ସହରାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ହୋଇଛି ସେହି ସହରଗୁଡ଼ିକ ହେଲା – ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ ମ୍ୟୁନିସିପାଲିଟି ।

ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି ।
୧ – ପ୍ଲାଷ୍ଟିକ ପଲିଥିନର କ୍ରୟ, ବିକ୍ରୟ, ବଣ୍ଟନ, ସଞ୍ଚୟ, ପରିବହନ, ପ୍ୟାକିଂ, ସଂରକ୍ଷଣ, ତିଆରି, ଏବଂ ଆମଦାନି ଆମଦାନି ଉପରେ କଟକଣା ଲାଗୁ ହେବ ।

୨ – କୌଣସି ବ୍ୟମସାୟୀ ୫୦ ମାଇକ୍ରୋନରୁ କମ୍ ପଲିଥିନ ବ୍ୟବହାର କରିପାରିବେନି ।

୩ – କୌଣସି ବ୍ୟକ୍ତି ମନ୍ଦିର, ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଯେକୌଣସି ସର୍ବସାଧାରଣ ସ୍ଥାନରେ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିଲେ ତାହାକୁ ଉପଯୁକ୍ତ ସ୍ଥାନରେ ପକାଇବା ଆବଶ୍ୟକ ।

୪ – ତେବେ ବ୍ୟବହାର ଉପଯୋଗୀ ପଲିଥିନ୍ କେବଳ ଖାଦ୍ୟ, ଦୁଗ୍ଧ ସାମଗ୍ରୀ ସଂରକ୍ଷିତ ରଖିବା, ରକ୍ତ ପଲିଥିନ ପାଉଚ, ସିରିଞ୍ଜ ପ୍ୟାକିଂ ଲାଗି ବ୍ୟବହୃତ ହୋଇପାରିବ ।
୫ – କୌଣସି ପ୍ଲାଷ୍ଟିକ ସାମଗ୍ରୀ କିମ୍ବା ପଲିଥିନକୁ କୌଣସି ସ୍ଥାନରେ ଜାଣିଶୁଣି କେହି ଫିଙ୍ଗିପାରିବେ ନାହିଁ ।

୬ – ମ୍ୟୁନିସିପାଲ କର୍ପୋରେସନର କମିଶନର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ନିଜ ଅଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର, ବଣ୍ଟନ ତଥା ସଂଗ୍ରର ଯାଞ୍ଚ କରି ଉଚିତ ବ୍ୟବସ୍ଥା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

Leave A Reply

Your email address will not be published.