Latest Odisha News

BREAKING NEWS

ବ୍ରହ୍ମପୁରରେ ବିଜେଡିର ବାଜିମାତ୍ : ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ମେୟର ଭାବେ ନିର୍ବାଚିତ

ବ୍ରହ୍ମପୁର  : ବ୍ରହ୍ମପୁରରେ ବାଜି ମାରିନେଲା ବିଜେଡି । ବିଜେଡି ମେୟର ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ୨୦,୨୮୬ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ସଙ୍ଘମିତ୍ରାଙ୍କୁ ୬୬ ହଜାର ୬୮ ଖଣ୍ଡ ଭୋଟ ମିଳିଛି ।ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ସବିତା ସୁଆରଙ୍କୁ ୪୫ ହଜାର ୭ଶହ ୮୨ ଖଣ୍ଡ ଭୋଟ ମିଳିଛି ।

ସେହପରି ତୃତୀୟ ସ୍ଥାନରେ ରହିଛି ଆମ ଆଦମୀ ପାର୍ଟି । ଆମ ଆଦମୀ ପାର୍ଟିର ସି ପ୍ରୟଙ୍କାଙ୍କୁ ୭ହଜା ୪ଶହ ୫୩ ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ମଞ୍ଜୁ ଦଳାଇ ୬ହଜାର ୭ଶହ ୬୮ ଖଣ୍ଡ ଭୋଟ ପାଇଛନ୍ତି । ବ୍ରହ୍ମପୁରରେ ଶାଶକ ବିଜେଡି ମୋଟ ୪୨ ଟି ୱାର୍ଡରୁ ୩୦ ଟି ଆସନ ହାତେଇଥିବା ବେଳେ ବିଜେପି ୭ଟି କଂଗ୍ରେସ ଗୋଟିଏ ଓ ସ୍ୱାଧିନ ୪ଟି ଆସନ ହାତେଇଛନ୍ତି ।

 

Leave A Reply

Your email address will not be published.