Latest Odisha News

BREAKING NEWS

ବିଶ୍ୱକପ ପରେ ଅବସର ନେବେ ମେସି !

ନୂଆଦିଲ୍ଲୀ: ଫୁଟବଲର ମହାନ ଖେଳାଳି ଲିଓନେଲ ମେସି ଅବସର ନେବା ନେଇ ଆଗୁଆ ସୂଚନା ଦେଇଛନ୍ତି । ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି କତାରରେ ହେବାକୁ ଥିବା ବିଶ୍ୱକପ ପରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିବେ । ଘରୋଇ ପରିବେଶରେ ସେ ଶୁକ୍ରବାର ତାଙ୍କ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ବୋଲି କହିଛନ୍ତି । ଏହି ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମେସିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଆର୍ଜେଂଟିନା ୩-୦ ଗୋଲରେ ଭେନେଜୁଏଲାକୁ ପରାସ୍ତ କରିଥିଲା ।

ନିଜ ଦେଶ ପକ୍ଷରୁ ମେସି ୧୫୯ତମ ମ୍ୟାଚରେ ୮୧ ଗୋଲ ସ୍କୋର କରିଥିଲେ । ଆର୍ଜେଂଟିନା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି । ବିଶ୍ୱକପ ପରେ ମୁଁ କଣ କରିବି ତାହା ନିଜେ ବି ଜାଣିନି । ସେ ସମୟର ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଯାହା କିଛି ପଦକ୍ଷେପ ନେବି ବୋଲି ମେସି କହିଛନ୍ତି ।

Leave A Reply

Your email address will not be published.