Latest Odisha News

BREAKING NEWS

ଜାଗା ମିଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନକଲି ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ ବାଣ୍ଟୁଛନ୍ତି: ବିଜେପି

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟ ସରକାର ଜାଗା ମିଶନରେ ପଟ୍ଟା ବାଣ୍ଟି ନିର୍ବାଚନ ପୂର୍ବରୁ ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବିଜେପି ପକ୍ଷରୁ ସମାନ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରାଯାଇଛି।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ମାଧ୍ୟମରେ ନକଲି ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ ବାଣ୍ଟୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆଜି ବିଜେପି ଭୁବନେଶ୍ୱର ଶାଖା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।

ରାଜ୍ୟ ସରକାର ଲୋକଙ୍କୁ ବିଶ୍ୱାସଘାତକତା କରୁଥିବା ଅଭିଯୋଗ କରି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି କହିଛନ୍ତି ଯେ, ନବୀନ ବାବୁ ୨୦୧୬ ମସିହାରେ ‘ଜାଗା ମିଶନ’ ଆରମ୍ଭ କରି ଏହାକୁ ବିଶ୍ୱର ସର୍ବବୃହତ ଜମି ଅଧିକାର ଯୋଜନା ବୋଲି କହିଥିଲେ। କିନ୍ତୁ ଛତ୍ରପୁର ଓ କୋଣାର୍କରେ ଜାଗା ମିଶନ ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ୍ ଥିବା ଲୋକଙ୍କୁ ସେହି ଜମି ବିରୋଧରେ ବ୍ୟାଙ୍କ ଋଣ ନମିଳିବାରୁ ଏହି ଯୋଜନା ହିତାଧିକାରୀଙ୍କ ପାଇଁ ଆଖି ବୁଜିଦେଲା।

ସରକାର ବସ୍ତିବାସିନ୍ଦାଙ୍କ ମଧ୍ୟରେ ବାଣ୍ଟୁଥିବା ଏହି ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ ନକଲି ଏବଂ ମୁଁ ଭାବୁଛି ଏହା ଚଳିତ ଶତାବ୍ଦୀର ସବୁଠାରୁ ବଡ଼ ବିଶ୍ୱାସଘାତକତା, ବୋଲି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ସମାନ ପ୍ରସଙ୍ଗରେ ଘେରିଛି। ‘ଜାଗା ମିଶନ’ ଏକ ନାଟକ ବୋଲି ଦର୍ଶାଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଷ ବର୍ଷ ଧରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ। ସେମାନଙ୍କୁ ଜମି ପ୍ରମାଣପତ୍ର ଦେବାକୁ ସରକାର ବାଧ୍ୟ। କିନ୍ତୁ ନବୀନ ପଟ୍ଟନାୟକ ଜଗା ମିଶନ ଆଳରେ ସମାନ କାମ କରି ଏଠାରେ ଡ୍ରାମା କରୁଛନ୍ତି।

୨୦୧୯ ନିର୍ବାଚନର ଠିକ୍ ପୂର୍ବରୁ ବସ୍ତି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହି ଯୋଜନା ଆରମ୍ଭ କରାୟାଇଥିଲା। ହେଲେ ୨୦୧୯ରେ ଜିତିବାର ୪ ବର୍ଷ କାଳ ମନେ ପଡିନଥିଲା। ଆଉ ଏବେ ଆଉ ଏକ ନିର୍ବାଚନ ପାଖେଇ ଆସୁଥିବା ବେଳେ ନବୀନ ପଟ୍ଟନାୟକ ପୁଣି ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ ବାଣ୍ଟିବା ଆରମ୍ଭ କରିଛନ୍ତି। କିନ୍ତୁ ଏହା କୌଣସି ଫରକ ପକାଇବ ନାହିଁ; ସେମାନେ ଆଉ ଭୋଟରଙ୍କୁ ପ୍ରଭାବିତ କରିପାରିବେ ନାହିଁ।

କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରର ବସ୍ତିବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ ବସ୍ତିବାସିନ୍ଦାଙ୍କୁ ବାଣ୍ଟିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜାଗା ମିଶନ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। କେବଳ ଜମି ଅଧିକାର ନୁହେଁ, ବସ୍ତିବାସିନ୍ଦାଙ୍କୁ ବିଜୁଳି ଓ ପାଣି ଯୋଗାଇ ଦିଆଯାଇଛି।ସରକାର ବର୍ତ୍ତମାନ ସୁଦ୍ଧା ୧୧୦ଟି ପୌରାଞ୍ଚଳ ଅଧୀନରେ ୧ ଲକ୍ଷ ୭୨ ହଜାର ଲ୍ୟାଣ୍ଡ ରେକର୍ଡ ସାର୍ଟିିଫିକେଟ ବଣ୍ଟନ କରିଛନ୍ତି।

Leave A Reply

Your email address will not be published.