Latest Odisha News

BREAKING NEWS

ମୃତ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ମଥୁରା: ମଥୁରାରେ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଏହି ଘଟଣା ପରେ ସ୍ଥାନୀୟ ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ଲଟେରୀ କାରୋବାର ନେଇ ଏହି ଘଟଣା ଘଟିଛି । ୧ ହଜାର ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏହି ଲଟେରୀରେ ପବନ ଅଗ୍ରୱାଲ ଓ ତାଙ୍କ ବାପା ରାଜେନ୍ଦ୍ର ଅଗ୍ରୱାଲ ୧୨ ଲକ୍ଷ ଟଙ୍କା ଆଦାୟ କରିଥିଲେ । ଏହି ଅର୍ଥ ମାଗିବା ପାଇଁ ହୀରା ଅଗ୍ରୱାଲ ସମେତ ଅନ୍ୟମାନେ ପବନଙ୍କ ନିକଟକୁ ଯାଇଥିଲେ । ପବନଙ୍କ ପତ୍ନୀ ହୀରାଙ୍କ ଭାଇ ଶଙ୍କରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।

ଆଶ୍ଚର୍ଯ୍ୟଜନକ ଭାବେ କୋର୍ଟରେ ସେମାନେ ଏହାକୁ ଏକ ପ୍ରକାର ସତ୍ୟ ପ୍ରମାଣିତ କରି ଦେଇଥିଲେ । ମାତ୍ର ହୀରା ତାଙ୍କ ବଡ ଭାଇ ଶଙ୍କରଙ୍କ ମୃତ୍ୟୁ ସାର୍ଟିଫିକେଟ ଦେବା ପରେ ବିଚାରପତି ମଧ୍ୟ ଚକିତ ହୋଇ ପଡିଥିଲେ । ଶଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ବର୍ତମାନ କୋର୍ଟ ପବନଙ୍କ ପତ୍ନୀଙ୍କୁ ଦଣ୍ଡିତ କରିଛି । ଏହି ଘଟଣା ପ୍ରଚାରିତ ହେବା ପରେ ସମ୍ପୂର୍ଣ୍ଣ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି ।

Leave A Reply

Your email address will not be published.