ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗରେ ଭୁବନେଶ୍ୱରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଏତିକିବେଳେ ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ବିଜେପି କର୍ମୀ ଓ ମହିଳା ମୋର୍ଚ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏକ ଶୋଭଯାତ୍ରା ବାହାରି ବିଧାନସଭା ଅଭିମୁଖେ ଯାଉଥିଲା । ରାସ୍ତାରେ ଅଟକାଇଥିଲା ପୋଲିସ । ଏତିକିବେଳେ ଆନ୍ଦୋଳନକାରୀ-ପୋଲିସ ଧସ୍ତାଧସ୍ତି ହୋଇଥିଲେ ।
ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ହାଜର ମୃତ୍ୟୁ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ଦଳ । ଏହି ପ୍ରସଙ୍ଗରେ ସରକାରଙ୍କ ଜବାବ ମଗାଯିବ । ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ତଦନ୍ତ ଚାଲିଛି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ବିଧାନସଭାରେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦିଆଯିବ ।
Comments are closed.