Latest Odisha News

BREAKING NEWS

ବନ୍ଦ ହେବନି ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ଟାଟା କୋଭିଡ୍ ହସ୍ପିଟାଲରେ ବନ୍ଦ ହେବନି । କରୋନାର ଦ୍ୱିତୀୟ ଲହରି ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୂର୍ବ ନିଷ୍ପତ୍ତି ବଦଳାଇଛି । ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ 55 ଆଇସିୟୁ ବେଡ୍ ସହ ରୋଗୀ ଚିକିତ୍ସା ଜାରି ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ରୋଗୀ ସଂଖ୍ୟା ହ୍ରାସ ଯୋଗୁଁ ଟାଟା କୋଭିଡ୍ ହସ୍ପିଟାଲ ବନ୍ଦ ନେଇ ୨ଦିନ ତଳେ ନିଷ୍ପତ୍ତି ନେଇଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ନଭେମ୍ବର ୩୦ ତାରିଖରୁ ବନ୍ଦ କରିବାକୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିସହ ହସ୍ପିଟାଲ୍‌ରେ ଆଉ ନୂଆ ରୋଗୀ ଭର୍ତ୍ତି ନ କରାଇବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା ।

Leave A Reply

Your email address will not be published.