Latest Odisha News

BREAKING NEWS

ଶାସକ ବିଜେଡି ନାରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ଶାସକ ବିଜେଡି ନାରେ ବିଭିନ୍ନ ଅଭିଯୋଗ ନେଇ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି । ସରକାରୀ କର୍ମଚାରୀ ମାନେ ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ ପ୍ରଚାର କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦାଶାବଳୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।

କିନ୍ତୁ ଶାସକ ବିଜେଡରି ମନ୍ତ୍ରୀ ଓ ନେତାଙ୍କ ପ୍ରତ୍ୟେକ୍ଷ ପ୍ରରୋଚନାରେ ସରକାରୀ କର୍ମଚାରୀ ମାନେ ଶାସକ ଦଳ ସପକ୍ଷରେ ପ୍ରଚାର କରୁଛନ୍ତି । ଏଭଳି ଘଟଣାର ଭିଡିଓ ଭାଇରାଲ ହେଉଥିଲେ ହେଁ । ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନି ଏବଂ ରାଜ୍ୟ ନିର୍ବାଚନ କମିସନ ନିରଦା ଦ୍ରଷ୍ଟା ସାଜିଛନ୍ତି ।

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଲକ୍ଷ୍ମୀ ବିଦ୍ୟାପୀଠର ଶିକ୍ଷକ ଶ୍ରୀ ପଦ୍ମ ଚରଣ ଜେନା ଏବଂ ବ୍ରାହ୍ମଣ ଉଚ୍ଚ ବିଦ୍ରାଳୟର ଶିକ୍ଷକ ବାବୁ ନାରାୟଣ ଜେନା ରାଜ୍ୟ ନିର୍ବାଚନ କମିଶନଙ୍କ ନିୟମାବଳୀକୁ ଅବମାମନା କରିଛନ୍ତି । ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ସହ ମିଶି ପ୍ରଚାର କରୁଛନ୍ତି ଏବଂ ନିର୍ବାଚନ ଆଚରଣ ବିଦ୍ଧି ଉଲ୍ଲଙ୍ଘନ ମଧ୍ୟ କରିଛନ୍ତି । ଏହି ଦୁଇ ଶିକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ।

ଏନେଇ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି । ସେହିପରି ଯାଜପୁର ଜିଲ୍ଲା କୋରେଇ ବ୍ଲକରେ ସଭାନେତ୍ରୀ ସଂଘମିତ୍ରା ଜେନା ଘରକୁ ଘର ପଶି ଜୋର ଜବରଦସ୍ତ ଭାବେ ଫୋନ ପେ ଗୁଗୁଲ ପେ ନମ୍ବର ସଂଗ୍ରହ କରି ମହିଳା ମାନଙ୍କୁ ଭୋଟ ଦେବାପାଇଁ ଲାଞ୍ଚ ଦେଉଛନ୍ତି । ନିର୍ବାଚନ ଆଚରଣ ବିଦ୍ଧି ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବାରୁ ଶ୍ରୀମତି ଜେନାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ନିର୍ବାଚନ କମିସନଙ୍କ ଆଗରେ ଦାବି କରିଛି ।

Comments are closed.