Latest Odisha News

୨୫ ବର୍ଷରେ ତରଳି ଗଲାଣି ୨୦୦୦ ବର୍ଷ ଧରି ଏଭେରେଷ୍ଟରେ ଜମି ରହିଥିବା ବରଫ !

ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ଧିରେ ଧିରେ ବିପଦ ସୃଷ୍ଟି କରୁଛି । ବୈଜ୍ଞାନିକମାନେ ଏ ନେଇ ବାରମ୍ବାର ଚେତାଇବା ସତ୍ୱେ ଏହାର ପ୍ରଭାବ କିଛି ପଡୁ ନାହିଁ । ନିକଟରେ ଏକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ମାଂଉଟ ଏଭେରେଷ୍ଟରେ ଜମି ରହିଥିବା ବରଫ ଶୃଙ୍ଗ ଦ୍ରୁତ ବେଗରେ ତରଳିବାରେ ଲାଗିଛି । ସେମାନଙ୍କ ମତରେ ୨୦୦୦ ବର୍ଷ ଧରି ଜମି ରହିଥିବା ବରଫ ମାତ୍ର ୨୫ ବର୍ଷରେ ପାଖାପାଖି ୧୮୦ ଫୁଟ ତରଳି ସାରିଲାଣି । ୮୦ଗୁଣ ଦ୍ରୁତ ବେଗରେ ଏହା ପାଣି ହେବାରେ ଲାଗିଛି । ଯଦି ଏହି ଧାରା ଜାରୀ ରହେ ତାହାହେଲ ସମସ୍ତଙ୍କ ପ୍ରାଣୀଙ୍କ ପାଇଁ ଏହା ଏକ ବଡ ସମସ୍ୟା ସୃଷ୍ଟି କରିବ ।

BjdElectrycity

ୟୁନିଭରସିଟି ଅଫ ମେନର ୬ଜଣ ବୈଜ୍ଞାନିକ, ପର୍ବତାରୋହୀଙ୍କ ଏକ ଟିମ ଏହି ଉଚ୍ଚତମ ଶୃଙ୍ଗକୁ ଯାଇ ଗବେଷଣା କରିବା ପରେ ଏହି ତଥ୍ୟ ପ୍ରଦାନ କରିଥିଲେ । ଗଛ ଲଗାଇବାଠାରୁ ଆରମ୍ଭ କରି ପରିବେଶକୁ ସୁରକ୍ଷା ଯୋଗାଉଥିବା ଦିଗ ପ୍ରତି ଧ୍ୟାନ ଦେବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ପଡିବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି ।

Comments are closed, but trackbacks and pingbacks are open.