Latest Odisha News

BREAKING NEWS

କେଜ୍ରିୱାଲ ତାଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି: ଦୁଷ୍ମନ୍ତ କୁମାର

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିର ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କ ପରେ ଏବେ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । ବୁଧବାର ତୃତୀୟ ଥର ପାଇଁ ଇଡି ସମନ ଜାରି କରିବା ସତ୍ୱେ କେଜ୍ରିୱାଲ ହାଜର ହୋଇ ନାହାନ୍ତି । ଫଳରେ ତାଙ୍କର ଗିରଫ ହେବା ଆଶଙ୍କା ସୃଷ୍ଟି କରିଛି । ଏହା ମଧ୍ୟରେ ଦିଲ୍ଲୀର ବିଜେପି ନେତା ଦୁଷ୍ମନ୍ତ କୁମାର କହିଛନ୍ତି ଯେ, କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଆମେ ଶୁଣୁଛୁ। କେଜ୍ରିୱାଲ ଯେଉଁ ଦୁର୍ନୀତି କରିଛନ୍ତି ତାର ପରିଣାମ ସେ ନିଶ୍ଚିତ ଭାବେ ଭୋଗିବେ ।

ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା କହିଛନ୍ତି କେଜ୍ରିୱାଲ ହାଜର ନ ହେବା ଦେଶର ପ୍ରଶାସନିକ ଏବଂ ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ରଖି ନ ଥିବା ପ୍ରମାଣିତ ହୋଇଛି । ସେ ମୁଖ୍ୟମନ୍ତ୍ରୀ ପଦରେ ରହିବା ନୈତିକତା ଅଧିକାର ହରାଇ ଦେଇଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.