Latest Odisha News

BREAKING NEWS

ମାଆ ସୀତାଙ୍କୁ ମିଳିଲା ରାମ ମନ୍ଦିରକୁ ନିମନ୍ତ୍ରଣ

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ’ରେ ସୀତା ମାଆଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖିଲିଆଙ୍କୁ ମିଳିଲା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ନିମନ୍ତ୍ରଣ ମିଳିଥିବାରୁ ବେଶ୍ ଖୁସି ଅଛନ୍ତି ଦୀପିକା । ‘ରାମାୟଣ’ ଧାରାବାହିକରେ ମାଆ ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ ଦୀପିକା । ଏମିତି କି ଅନେକ ଲୋକ ତାଙ୍କୁ ସୀତା ବୋଲି ଭାବନ୍ତି ଏବଂ ପୂଜା ବି କରନ୍ତି । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ‘ରାମାୟଣ’ରେ ରାମ ଭୂମିକା ନିଭାଇଥିବା ଅରୁଣ ଗୋବିଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ଜାନୁଆରି ୨୨ ତାରିଖରେ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଦୀପିକା ଚିଖଲିଆ ବହୁତ ଉତ୍ସାହିତ ଅଛନ୍ତି । ଏହା ତାଙ୍କ ପାଇଁ ଏକ ଭାବପ୍ରବଣ ଦିନ ହେବ । ରାମଜୀଙ୍କ ପାଖରେ ସୀତାଜୀଙ୍କ ପ୍ରତିମା ରଖାଯାଉ ନ ଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି । ଯେବେ କି ସେ ଆଗରୁ ଭାବୁଥିଲେ ଯେ ସୀତା ମଧ୍ୟ ପ୍ରଭୁ ରାମଙ୍କ ସହିତ ରହିବେ । ହେଲେ ବାସ୍ତବ କଥା ହେଉଛି ମୁଖ୍ୟ ମନ୍ଦିରରେ ଶ୍ରୀ ରାମଙ୍କ ଶିଶୁ ରୂପ ସ୍ଥାପନ କରାଯିବ । ସେଥିପାଇଁ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ସହିତ ସୀତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦୀପିକା ଚିଖାଲିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ‘ରାମାୟଣ’ରେ ରାମ ଭୂମିକା ନିଭାଇଥିବା ଅରୁଣ ଗୋବିଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଲୋକମାନେ ମଧ୍ୟ ୮୦-୯୦ ଦଶକରେ ପ୍ରଭୁ ରାମ ଭାବରେ ଅରୁଣ ଗୋବିଲଙ୍କୁ ପୂଜା କରିବା ଆରମ୍ଭ କରିଥିଲେ । ଆଜି ବି ସେ ଯେଉଁଆଡେ ଯାଆନ୍ତି ପ୍ରଶଂସକମାନେ ତାଙ୍କ ପାଦତଳେ ପ୍ରଣାମ କରନ୍ତି ।

Leave A Reply

Your email address will not be published.