Latest Odisha News

BREAKING NEWS

ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗରେ ପ୍ରଥମ ରାଜନୀତିକ ହିଂସା

କୋଲକାତା: ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ କୋଲକାତାରେ ପ୍ରଥମ ରାଜନୀତିକ ହିଂସା ଘଟିଛି । କଡ଼ାପାରା ଅଞ୍ଚଳରେ ବିଳମ୍ବିତ ରାତିରେ କିଛି ଲୋକ ବିଜେପିର ପରିବର୍ତ୍ତନ ରଥ ଭଙ୍ଗାରୁଜା କରିଛନ୍ତି । ଗାଡ଼ି ଉପରେ ଆକ୍ରମଣ କରିବା ସହ ଟିଏମସି କର୍ମୀ ଏଲଇଡି ଭାଙ୍ଗି ଦେଇଥିବା ବିଜେପି ଅଭିଯୋଗ କରିଛି ।

ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଏନେଇ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି- ‘ଆଜି ହିଁ ନିର୍ବାଚନ ଆୟୋଗ ଭୋଟ୍ ତାରିଖ ଘୋଷଣା କଲେ ଆଉ ତୃଣମୂଳ କଂଗ୍ରେସ ନଡରି ରାତି ୧୧ଟାରେ କୋଲକାତାର କଡ଼ାପାରା ଅଞ୍ଚଳରେ ବିଜେପିର ଏଲଇଡି ଗାଡ଼ି ଭାଙ୍ଗିବା ସହ ଏଲଇଡି ଖୋଲି କରି ନେଇଯାଇଛନ୍ତି ।’

ଶୁକ୍ରବାର ନିର୍ବାଚନ ଆୟୋଗ, ୮ଟି ପର୍ଯ୍ୟାୟରେ ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ । ୮ଟି ପର୍ଯ୍ୟାୟରେ ନିର୍ବାଚନର ଉଦ୍ଦେଶ୍ୟ ହିଂସା ଘଟଣା ଉପରେ ରୋକ୍ ଲଗାଇବା । କିନ୍ତୁ ବିଜେପି-ଟିଏମସି ମଧ୍ୟରେ ମୁହାଁମୁହିଁ କମିବାର ନା ହିଁ ନେଉନାହିଁ । ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ଭୋଟ୍ ଆରମ୍ଭ ହେବ ।

Leave A Reply

Your email address will not be published.