Latest Odisha News

BREAKING NEWS

[ଭିଡ଼ିଓ] ପର୍ଯ୍ୟଟନସ୍ଥଳୀ ଧନୁଷକୋଡ଼ିର ‘ଘୋଷ୍ଟ ଟାଉନ’

ଭାରତରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ଆଉ ଆମେ ବୁଲିବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯାଇଥାଉ। ହେଲେ ଏହି ମନୋରମ ପରିବେଶ ସହିତ କିଛି ସ୍ଥାନ ରହିଛି । ଯେଉଁ ସ୍ଥାନକୁ ଯିବାକୁ ଲୋକମାନେ ଡରିଥାନ୍ତି । ସଂଧ୍ୟା ହେଲେ ସେହି ସ୍ଥାନ ଜନଶୂନ୍ୟ ହୋଇଯାଏ। 

ଏହି ଜାଗାର ନାଁ ହେଲା ଧନୁଷକୋଡ଼ି । ସନ୍ଧ୍ୟା ସମୟରେ ଏହି ଜାଗାକୁ ଯିବା ଉପରେ ପ୍ରତିବନ୍ଧକ ରହିଛି । ଏହି ସ୍ଥାନକୁ ରାଜ୍ୟ ସରକାର ‘ଘୋଷ୍ଟ ଟାଉନ’ ଘୋଷିତ କରିଛନ୍ତି । କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର କୁଆଡେ ରାବଣକୁ ଆକ୍ରମଣ କରିବା ସମୟରେ ଏହି ସ୍ଥାନରେ ଧନୁଷ ଭାଙ୍ଗିଥିଲେ। ଆଉ ସେବେଠାରୁ ଏହି ସ୍ଥାନର ନା ଧନୁଷକୋଡି ଭାବରେ ଜଣାଶୁଣା ହୋଇଛି । 

ଏକ ଭୟଙ୍କର ଝଡ଼ ହେବା ପରେ ପରେ ଏହା ଜନଶୂନ୍ୟ ହୋଇପଡ଼ିଛି । ପର୍ଯ୍ୟଟନସ୍ଥଳୀ ହୋଇଥିଲେ ବି ସଂଧ୍ୟା ହେଲେ ଏହି ସ୍ଥାନ ଛାଡି ସମସ୍ତେ ଚାଲିଯାନ୍ତି । ସଞ୍ଜ ହୋଇଗଲେ ଲୋକ ତ ସ୍ଥାନ ଛାଡି ଚାଲିଯାନ୍ତି ।

ହେଲେ ତା ପରେ ପରେ ଅଜବ ଶଦ୍ଦ ସବୁ ଶୁଣିବାକୁ ମିଳେ। ଲୋକଙ୍କ କହିବା ଅନୁସାରେ ଏଠାରେ ବହୁ ଅଶିରୀରୀ ଆତ୍ମାଙ୍କର ବାସ ରହିଛି। ସଂଧ୍ୟାହେଲେ ଏହି ଭୂତ ପ୍ରେତଙ୍କ ଆଗମନ ହୋଇଥାଏ । ରାତିରେ ବିକଟାଳ ଶଦ୍ଦଶୁଣିବା ପରେ ଲୋକେ ବି ଆତଙ୍କିତ ହୋଇପଡୁଛନ୍ତି ।

ଭୂତପ୍ରେତ ଯୋଗୁ ଏହି ସ୍ଥାନ ଘୋଷ୍ଟ ଟାଉନ୍ ଭାବେ ବେଶ୍ ଜଣାଶୁଣା । ହେଲେ ସବୁଠୁ ବଡ଼ କଥା ହେଲା ଏଡି ସ୍ଥାନକୁ କିନ୍ତୁ ଏବେ ବି ପର୍ଯ୍ୟଟକଙ୍କ ବେଶ୍ ଗହଳି ଜମୁଛି।

 

Comments are closed, but trackbacks and pingbacks are open.