Latest Odisha News

BREAKING NEWS

‘ବନ୍ଦେ ମାତରମ’ ବୋଲିବା ବେଳେ ଛିଡା ହେଲେନି ଓୱେସିଙ୍କ ଦଳର ସଦସ୍ୟ; ଶପଥ ଗ୍ରହଣ ସମାରୋହରେ ମାରପିଟ, ହଙ୍ଗାମା

ମେରଠ:ମେରଠ ମହାନଗର ପୌର ପରିଷଦ ଶପଥ ଗ୍ରହଣ ଉତ୍ସବରେ ଜୋରଦାର ହଙ୍ଗାମା ହୋଇଛି । ଏଆଇଏମଆଇଏମ ଏବଂ ଭାଜପା ସମର୍ଥକଙ୍କ ମଧ୍ୟରେ ବନ୍ଦେ ମାତରମ ଜାତୀୟ ସଙ୍ଗୀତକୁ ନେଇ ଜୋରଦାର ଗଣ୍ଡଗୋଳ ହୋଇଛି । ଅଭିଯୋଗ ହୋଇଛି, ଅଦଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ସଦସ୍ୟମାନେ ବନ୍ଦେ ମାତରମ ବୋଲାଯିବା ବେଳେ ଛିଡା ହୋଇ ନ ଥିଲେ । ଏଥିରେ କ୍ଷୁବ୍ଧ ହୋଇଥିଲେ ବିଜେପି ସଦସ୍ୟ । ଏହାକ ନେଇ ପାଟିତୁ୍ଣ୍ଡ ଆରମ୍ଭ ହୋଇଥିଲା ।  ପରେ  ମାରପିଟ ପର୍ଯ୍ୟନ୍ତ କଥା ଯାଇଥଲା । ଖବର ପାଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଏଆଇଏମଆଇଏମ ସଦସ୍ୟମାନଙ୍କୁ ବାହାରକୁ ବାହାର କରି ଦେଇଥିଲେ ।

ମେରଠର ସିସିଏସ ୟୁନିଭର୍ସିଟିରେ ସୁବାସ ଚନ୍ଦ୍ର ବୋଷ ସଭାଗୃହରେ ନବ ନିର୍ବାଚିତ ମେୟର ଏବଂ ପରିଷଦଙ୍କ ଶପଥ ଗ୍ରହଣ ଉତ୍ସବ ଚାଲିଥିଲା । ଏହି ସମୟରେ ବିଜେପି ପରିଷଦ ବନ୍ଦେ ମାତରମ ଗୀତ ଗାଇବା ଆରମ୍ଭ କରିଥିଲେ । ହେଲେ ଏଆଇଏମଆଇଏମ ସଦସ୍ୟ ଏହାକୁ ବିରୋଧ କରିଥିଲେ ଏବଂ ଗୀତ ଗାଇବା ସମୟରେ ଛିଡ଼ା ହୋଇ ନ ଥିଲେ । ଏହାକୁ ନେଇ ବିବାଦ ଦେଖା ଦେଇଥିଲା ।

ଏହାକୁ ନେଇ ବିଜେପି-ଏଆଇଏମଆଇଏମ ମୁହାଁମୁହିଁ ହୋଇଥିଲେ । ପୋଲିସ ପହଞ୍ଚି ଏଆଇଏମଆଇଏମ ସଦସ୍ୟଙ୍କୁ ପରିଷଦରୁ ବାହାର କରିଥିଲେ ।   ଏହାକୁ   ମଧ୍ୟ ଏଆଇଏମଆଇଏମ ସଦସ୍ୟ ବିରୋଧ କରିଥିଲେ । ସେମାନଙ୍କୁ ବୁଝାଇବା ପାଇଁ ନିଜେ ଡିଏମ ଦୀପକ ମୀଣା ପହଞ୍ଚିଥିଲେ । ତେବେ ଶପଥ ଗ୍ରହଣ ଉତ୍ସବକୁ ଏଆଇଏମଆଇଏମ ବହିଷ୍କାର କରିଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫେର୍ସ ମଗା ଯାଇଥିଲା ।

ବିଜେପି ନେତାଙ୍କ କହିବା ଅନୁଯାୟୀ, ଯଦି ଏଆଇଏମଆଇଏମ ସଦସ୍ୟଙ୍କୁ ବନ୍ଦେ ମାତରମ ଭଲ ଲାଗିଲା ନାହିଁ ତେବେ ଚୁପ ରହି ପାରିଥାନ୍ତେ । କିନ୍ତୁ ସେମାନେ ଖରାପ ଟିପ୍ପଣୀ ଦେବରୁ ପରିସ୍ଥିତି ବିଗିଡି ଯାଇଥିଲା । ସେମାନେ ବିହିଷ୍କାର ନ କରି ଶପଥ ନେବା ଉଚିତ ଥିଲା

Comments are closed.