Latest Odisha News

BREAKING NEWS

ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରିବା ବେଳେ ଯୁବକଙ୍କୁ ହତ୍ୟା ମାମଲା, ୨ ଗିରଫ

ବଲାଙ୍ଗୀର: ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ଯୁବକଙ୍କୁ ଛୁରା ମାରି ହତ୍ୟା ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବିମଲ ରାଉଳ ଓ ପ୍ରୀତମ କଲତା। ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ ଗିରଫ ବାବଦରେ ସୂଚନା ଦେଇଛନ୍ତି।

ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡ ମାମଲାରେ ଏବେ ଗିରଫ ପରେ ଦୁଇ ଅଭିଯୁକ୍ତ ପ୍ରୀତମ ଓ ବିମଲକୁ ନେଇ ଘଟଣାସ୍ଥଳକୁ ନେଇ ବଲାଙ୍ଗୀର ଟାଉନ ଥାନା ପୋଲିସ ସିନରିକ୍ରିଏସନ କରାଇଛି। ଆଉ ଏହି ସମୟରେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ହେଲା ପୋଲିସ ଆଗରେ ବଖାମିଛନ୍ତି ଦୁଇ ଅଭିଯୁକ୍ତ।

ସରୋବରପଡ଼ାର ସରୋଜ ପାଣିଗ୍ରାହୀ ଶୀତଳ ଷଷ୍ଠୀ ଯାତ୍ରୀ ଦେଖି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଅନ୍ୟ ଜଣେ ଆହତ ପ୍ରେମା ସାହୁଙ୍କ ଘର କନ୍ଧପାଲିପଡ଼ାର।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ନୃସିଂହ ମନ୍ଦିର ନିକଟରେ ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗ ଦେଇ ଦୁଇ ଯୁବକ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ସେମାନେ ଦୁଇ ଚକିଆ ଯାନରେ କିଛି ଦୁର୍ବୃତ୍ତଙ୍କ ଦ୍ୱାରା ରାସ୍ତାରେ ଯାଉଥିବା ବେଳେ ଏକ ଛକରେ ଚା ପିଉଥିଲେ ସରୋଜ ଏବଂ ପ୍ରେମା। ଯେଉଁଠି ଦୁଇ ଅଭିଯୁକ୍ତ ଛିଡା ହୋଇଥିଲେ ବୋଲି ସୂଚନା ରହିଛି। ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହା ପରେ ହତ୍ୟାକାଣ୍ଡର ରୂପ ନେଇଥିଲା। ପାଟିତୁଣ୍ଡ ବେଳେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛୁରୀ ବାହାର କରି ଉଭୟଙ୍କୁ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସରୋଜ ଓ ପ୍ରେମାଙ୍କୁ ଭୀମା ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସରୋଜ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.