Latest Odisha News

BREAKING NEWS

ନୀତିଶଙ୍କ ସହ ଶପଥ ନେବେ ୧୬ ଜଣିଆ ମନ୍ତ୍ରିମଣ୍ଡଳ !

ପାଟନା: ଆଜିଠୁ ବିହାରରେ ଲଗାତାର ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ପ୍ରସ୍ତୁତି ସରିଥିବା ବେଳେ ତାଙ୍କ ସହ ବିହାରରେ ଏନଡିଏ ସରକାରରେ ୧୬ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇପାରନ୍ତି । କୁହାଯାଇଛି ନୀତିଶଙ୍କ କ୍ୟାବିନେଟରେ ରହିବେ ଉଭୟ ଜେଡିୟୁ ଓ ବିଜେପିର ୭ ଜଣ ଲେଖାଏଁ ମନ୍ତ୍ରୀ ।

ନୀତିଶ କୁମାରଙ୍କ ସମେତ ଜେଡିୟୁରୁ ବୀରେନ୍ଦ୍ର ଯାଦବ, ଅଶୋକ ଚୌଧୁରୀ, ବିଜୟ ଚୌଧୁରୀ, ଶ୍ରବଣ କୁମାର ଓ ଲେସି ସିଂ ଶପଥ ନେଇପାରନ୍ତି ।
ସେହିପରି ବିଜେପିରୁ ତାରକିଶୋର ଯାଦବ, ରେଣୁ ଦେବୀ, ନନ୍ଦକିଶୋର ଯାଦବ, ପ୍ରେମ କୁମାର ଓ ମଙ୍ଗଲ ପାଣ୍ଡେ ମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି । ଏମାନଙ୍କ ଭିତରୁ ତାରକିଶୋର ଓ ରେଣୁ ଦେବୀ ବିହାର ଉପମୁଖ୍ୟମନ୍ତ୍ରୀ ହେବା ନେଇ ସୂଚନା ମିଳିଛି ।

ଏନଡିଏ ଅଂଶୀଦାର ହାମ୍ ଓ ଭିଆଇପିର ଜଣେ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି । ଭିଆଇପି ନେତା ମୁକେଶ ସାହାଣୀ ଓ ହାମ୍ ସୁପ୍ରିମୋ ଜିତନ ରାମ ମାଞ୍ଝିଙ୍କ ପୁଅ ସନ୍ତୋଷ ମାଞ୍ଝି ମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି ।

Leave A Reply

Your email address will not be published.